ମେଘା ପାନୀୟ ଜଳ ପ୍ରକଳ୍ପକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ବିରୋଧ

21

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : ଆଜି କେନ୍ଦ୍ରାପଡ଼ା ଆଳି ବ୍ଲକ ଓ ରାଜକନିକା ବ୍ଲକର ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ମେଘା ପ୍ରକଳ୍ପକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ର ଘୋର ବିରୋଧକୁ ଦୃଷ୍ଟିରେ ରଖି କରାଯାଉଥିବା ପ୍ରକଳ୍ପ ଅଞ୍ଚଳକୁ 144 ଧାରା ଜାରି କରାଯିବା ସହ ଏଗାର ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆଜି ତା 10.8.2021ରିଖ ଦିନ ମେଗା ପ୍ରକଳ୍ପ କୁ ବିରୋଧ କରି ବରୁଣାଢିଆ ଛକ ନିକଟରେ ରାସ୍ତା ରୋକ୍ କରିବାସହ ଆଳି ବିଧାୟକ ପ୍ରତାପ ଦେବଙ୍କ ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ର ଶତାଧିକ ବିରୋଧକାରୀ ମାନଙ୍କୁ ପୋଲିସ ଆରେଷ୍ଟ କରିଥିବା ନଜରକୁ ଆସିଛି। 892 କୋଟି ଟଙ୍କାର ବ୍ୟୟ ଅଟକଳ ମୂଲ୍ୟରେ ହେବାକୁ ଯାଉଥିବା ପ୍ରକଳ୍ପକୁ ପୂର୍ବରୁ ବହୁବାର ବିରୋଧ କରିବାସତେ ସରକାର ଓ ପ୍ରଶାସନ କଣ୍ଣପାତ କରିନଥିଲେ। କିନ୍ତୁ ଆଜି ପ୍ରଶାସନନିଜେ ଆଗକୁ ବାହାରି ପ୍ରଥମ ମୁଳଦୁଆ ପକାଇବା ସହ ପ୍ରକଳ୍ପ ଏରିଆକୁ 144ଧାରା ଜାରି କରି ପ୍ରକଳ୍ପ କାର୍ଯ୍ୟକରିବାକୁ ସାହାଯ୍ୟ କରୁଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଆଳି ବିଧାୟକ ପ୍ରତାପ ଦେବ ଙ୍କ ବିରୋଧରେ ନାରାବାଜି କରିବାସହ ଲୋକମାନେ କହିଛନ୍ତି ଆମେ ରକ୍ତଦେବୁ ହେଲେ ଖରସ୍ରୋତାରୁ ବୁନ୍ଦାଏ ପାଣି ଦେବୁନାହିଁ। (ରାଜକନିକା ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More