ମେଗା ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ପାଇଁ ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବ୍ଲକ ବିଜେଡି

8

Get real time updates directly on you device, subscribe now.


ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସ୍ଥିତ ପଥପ୍ରାନ୍ତ ଠାରେ ରାଜ୍ୟସରକାରଙ୍କ ଦ୍ଵାରା ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହୋଇଥିବା ରୁ ବ୍ଲକ ବିଜେଡି ତରଫରୁ ରବିବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ଯୋଗ ଦେଇ ପାନୀୟଜଳ ପ୍ରକଳ୍ପ ହେଲେ ଡାବୁଗାଁ ର ୧୨ଗୋଟି ପଞ୍ଚାୟତ ର ୬୨ହଜାର ରୁ ଊର୍ଦ୍ଧ୍ଵ ଲୋକେ ପାନୀୟଜଳ ସଙ୍କଟରୁ ମୁକ୍ତି ପାଇ ପାରିବେ ବୋଲି କହିଥିଲେ । ଆଗାମୀ ୨ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ର କାମ ସାରିବା ନେଇ ସେ ଏହି ସମ୍ମିଳନୀ ରେ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଏପରି ପଦକ୍ଷେପ କୁ ଡାବୁଗାଁ ବିଧାୟକ ସ୍ଵାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଝରିଗାଁ ବିଧାୟକ ପ୍ରକାଶ ମାଝି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଝରିଗାଁ ବ୍ଲକ ର ୧୨ଟି ପଞ୍ଚାୟତ କୁ ଏହି ପ୍ରକଳ୍ପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ହେଲେ ଝରିଗାଁ ବ୍ଲକ ର ୧୨ଟି ପଞ୍ଚାୟତ ର ପ୍ରାୟ ୭୫ ହଜାର ଲୋକ ପାନୀୟ ସଙ୍କଟରୁ ମୁକ୍ତ ହୋଇପାରିବେ ବୋଲି ସୂଚନା ଦେଇଥିଲେ। ପରେ ପ୍ରକଳ୍ପ ଅନୁମୋଦିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀ ରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଯୋଗ ଦେଇ ପ୍ରକଳ୍ପ ହେଲେ ଲୋକଙ୍କ ଜଳ ସଙ୍କଟ ଦୂର ହୋଇପାରିବ ବୋଲି କହି ମୁଖ୍ୟ ମନ୍ତ୍ରୀ ଙ୍କ ଏପରି ନିଷ୍ପତି କୁ ସ୍ଵାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହି ସମ୍ମିଳନୀ ରେ ରାଜ୍ୟ ଉଠା ଜଳସେଚନ ନିଗମର ର ଉପଦେଷ୍ଟା ପ୍ରମୋଦ ପାଢ଼ୀ ଯୋଗ ଦେଇଥିଲେ । ଏହି ସମ୍ମିଳନୀ ରେ ଡାବୁଗାଁ ବ୍ଲକ ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ପରେ ଡାବୁଗାଁ ଅଞ୍ଚଳରେ ପୂର୍ବଦିନ ମାନଙ୍କରେ ହୋଇଥିବା ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ଉପରେ ସୂଚନା ଦେଇଥିଲେ ।ହେଲେ ଡାବୁଗାଁ ନୁଆଗୁଡା ଠାରେ ଦୁଇଟି ସ୍ଥାନରୁ ସାମ୍ବାଦିକ ଘର ଦୁଇ ପାର୍ଶ୍ଵରେ ଭୁତଳ ପାଇପ ଫାଟି ରାସ୍ତା ଉପରେ ପାଣି ଭାସୁଛି,ବିଡିଓ,ଜଳ ପରିମଳ ବିଭାଗ କନିଷ୍ଠ ଜନ୍ତ୍ରୀ -୧,କନିଷ୍ଠ ଜନ୍ତ୍ରୀ -୨ଙ୍କ ପାଖକୁ ଏହି ସମସ୍ୟା ନିୟୁଜ ମାଧ୍ୟମରେ ଜଣାଇଥିଲେ ହେ ଦ୍ରୁଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସମାଧାନ ନ କଲେ ଆଗାମୀ ଦିନରେ ମହିଳା ମାନେ ଆନ୍ଦୋଳନକୁ ଓଲ୍ହାଇଲେ କନିଷ୍ଠ ଦାୟୀ ରହିବେ ବୋଲି ମହିଳା ମାନେ ନିଜ ନିଜର ମତ ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More