ମୃତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ତି ପାଇଁ ବିଇଓ ଅଫିସ ସମ୍ମୁଖରେ ପୁଅ ଝିଅଙ୍କ ଧାରଣା

8

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ସଲପା ଗ୍ରାମର ଶିକ୍ଷୟିତ୍ରୀ ସ୍ଵରସ୍ଵତୀ ସାହୁଙ୍କ ମୃତ୍ୟୁ ପରେ ବକେୟା ପ୍ରାପ୍ତି ନମିଳିବାରୁ ଝିଅ ଲିପ୍ସାରାଣୀ ପଣ୍ଡା ଓ ପୁଅ ସନ୍ତୋଷ କୁମାର ପଣ୍ଡା ସୋମବାର ସକାଳୁ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି। ସଲପା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ୨୦୨୧ ଜୁନ୍ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ସମସ୍ତ ପ୍ରକାର ପ୍ରାପ୍ତି ପାଇଁ ବହୁବାର ନିବେଦନ କରିବା ସତ୍ତ୍ଵେ ଏଯାଏଁ କୌଣସି ଅର୍ଥ ମିଳି ନାହିଁ। କେବଳ ପ୍ରୋଭିଜନାଲ ପେନସନ ଓ ତାଙ୍କର ଗଚ୍ଛିତ ଜିପିଏଫ ଅର୍ଥ ବ୍ୟତୀତ କୌଣସି ପ୍ରାପ୍ତ ପାଇ ନାହାନ୍ତି। କାର୍ଯ୍ୟାଳୟ ର ଅଫିସର ବାବୁ ମାନଙ୍କ ଚରମ ଅବହେଳା ଲାଗି ଏପରି ହୋଇଛି ବୋଲି ବିଇଓ ସୈ।ମେନ୍ଦ୍ର ଭୈ।ମିକ ପ୍ରକାଶ କରିଛନ୍ତି। ଅପର ପକ୍ଷରେ ମୁଖ୍ୟ କିରାଣୀ ରମେଶ ପାଣିଗ୍ରାହୀ ଶିକ୍ଷୟିତ୍ରୀଙ୍କ ଝିଅ ପୁଅଙ୍କ ଠାରୁ ସମସ୍ତ କାଗଜପତ୍ର କରିଦେବି ବୋଲି ୩ ହଜାର ଟଙ୍କା ଲାଞ୍ଚ ନେଇଥିବା ଝିଅ ପୁଅ ଅଭିଯୋଗ କରିଛନ୍ତି। ଧାରଣାରେ ବସିବାରୁ ଆଜି ମୁଖ୍ୟ କିରାଣୀ ରମେଶ ପାଣିଗ୍ରାହୀ ସେହି ଟଙ୍କା ଫେରସ୍ତ କରିଥିବା ଜଣା ପଡ଼ିଛି। ହାତ ଗୁଞ୍ଜା ନଦେଲେ କୌଣସି କାମ ହେଉ ନାହିଁ ବୋଲି କେତେକ ଅବସର ପ୍ରାପ୍ତ ଶିକ୍ଷକମାନେ ନାମ ଗୁପ୍ତ ରଖି ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More