ମୃତ ଡ୍ରାଇଭର ପରିବାରକୁ ସହାୟତାର ହାତ ବଢ଼ାଇଲେ ଡ୍ରାଇଭର ମହାସଂଘ

15

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଡହଗାଁ ପଂଚାୟତର ସର୍ଗିଗୁଡା ଗ୍ରାମର କୁମୁଦ ସିଂଙ୍କ ଗତ କିଛିଦିନ ତଳେ ମୃତ୍ୟୁ ହୋଇଥିବା ବେଳେ ଓଡିଶା ଡ୍ରାଇଭର ମହାସଂଘ କୋକସରା ବ୍ଲକ ପକ୍ଷରୁ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସାହାଯ୍ୟ କରିଛନ୍ତି । କୋକସରା ଡ୍ରାଇଭର ସଙ୍ଘ ର କର୍ମକର୍ତ୍ତା ମାନେ ତାଙ୍କ ଦଶାହ ରେ ପହଞ୍ଚି ତାଙ୍କର ଆତ୍ମାର ସଦଗତି ଜଣାଇବା ସହ ଶୋକ ସନ୍ତାପ ପରିବାରକୁ ସମବେଦନା ଜଣାଇଛନ୍ତି। ଡ୍ରାଇଭର ମହାସଂଘ ରେ ଜଡିତ ଥିବା କୋକସରା ବ୍ଲକର ଆଡମିନ ବୃନ୍ଦାବନ ଦୁର୍ଗା, ଚଇ ଗୋପାଳ,ଭଗବାନ ପଟନାୟକ ବ୍ଲକ ସଂଗଠନର ଡ୍ରାଇଭର ମାନେ ଉପସ୍ଥିତ ରହିଥିଲେ। ମୃତ ଡ୍ରାଇଭର ସାଥିଙ୍କ ବିଧବା ପତ୍ନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଡ୍ରାଇଭର ସଙ୍ଘ ତାଙ୍କ ସୁଖଦୁଃଖରେ ଜଡିତ ହୋଇ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତଙ୍କ ସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More