ମୃତ କୁମ୍ଭୀର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

8

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇର ଅରାଜି ଗାଁ ନିକଟରେ ଥିବା କାଣୀ ନଦୀରୁ 8ଫୁଟ ଲମ୍ବା ବଉଳା କୁମ୍ଭୀରର ମୃତ ଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ମୃତ କୁମ୍ଭୀର ମରି ନଦୀ ପଠାରେ ଲାଗିଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳୁଛି।ମୃତ୍ୟୁ କୁମ୍ଭୀର ସଠିକ କାରଣ ଏ ଜାଏଁ ଜଣାପଡ଼ିନାହଁ। ପରେ ଖବର ପାଇ ରାଜନଗର ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରକୁ ଜବତ କରିଛି। ମୃତ କୁମ୍ଭୀରର ବ୍ୟବଚ୍ଛେଦ ପରେ ସଠିକ କାରଣ ଜଣାପଡିବ ବୋଲି ବନବିଭାଗ ସୂଚନା ଦେଇଛି। ଅନ୍ୟପଟେ କିଛି ଦିନ ପୂର୍ବରୁ ସେହି ଅରାଜି ଗାଁର ଓମ ପ୍ରକାଶ ସାହୁ ନାମକ ଜଣେ ନାବାଳକ ଗାଧୋଇବା ପାଇଁ ଯାଇଥିବା ବେଳେ କୁମ୍ଭୀର ମୁହଁରୁ ସଂଘର୍ଷ କରି ନିଜ ଜୀବନ ବଞ୍ଚାଇଥିବା ଖବର ସଂଘର୍ଷ ନ୍ୟୁଜରେ ପ୍ରସାରଣ ହୋଇସାରିଛି। ଏଠି ପ୍ରଶ୍ନ ଉଠୁଛି ବାରମ୍ବାର କେନ୍ଦ୍ରାପଡ଼ା ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ଗାଈଗୋରୁ,ଛେଳି, ମେଣ୍ଢାମାନେ କୁମ୍ଭୀର ଆକ୍ରମଣରେ ଶୀକାର ହେଉଥିବା ନେଇ ସାଧାରଣର‌ ଲୋକେ ଭୟଭୀତ ରେ ରହୁଛନ୍ତି। ବେଳେ ବନ ବିଭାଗ ଏଥିଲାଗି ବନବିଭାଗ ସଚେତନତା ଓ ଗାଧୁଆ ତୁଠରେ ତାରବାଡ଼ ବୁଲେଇବା ଭଳି ଦାୟିତ୍ୱକୁ ହାଲୁକା ଭାବେ ନେବା କାରଣରୁ ଅମୂଲ୍ୟ ଜୀବନ ଚାଲିଯାଉଛି। ଆଜି ଆଠ ଫୁଟ ଲମ୍ବର କୁମ୍ଭୀର ମୃତ୍ୟୁ କୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ଏ କୁମ୍ଭୀର ମଲା କାହିଁକି ଓ କୁମ୍ଭୀର ମରିବା ପାଇଁ କିଏ ଦାୟୀ, ଅନବରତ କୁମ୍ଭୀର ନଦୀ ମାନଙ୍କରେ ତାଣ୍ଡବ ଲୀଳା କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ବନ ବିଭାଗର କୈାଣସି ପେଟ୍ରୋଲିଙ୍ଗ୍ ନଦୀରେ କରାଯାଉନି। କୁମ୍ଭୀର ମୃତ୍ୟୁର ପ୍ରକୃତ କାରଣ ଖୋଜିବା ନିହାତି ଦରକାର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More