ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଜିଲ୍ଲା ଡାବୁଗାଁ ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ମେଦନା ସାଧନ କେନ୍ଦ୍ରରେ କାର୍ଯ୍ୟରତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମେନ୍ଦ୍ର ନାଥ ବେହେରା ତାଙ୍କ ମୃତ୍ୟୁ ପରେ ନିଜ ଅଙ୍ଗ ଦାନ କରି ଅନ୍ୟ ଜୀବନକୁ ସରସ ସୁନ୍ଦର କରିବା ପାଇଁ ମନସ୍ଥ କରିଥିଲେ l ସେ ଆଜି ତା ୭|୩|୨୦୨୪ ରେ ନିଜ ଅଙ୍ଗଦାନ ନିମନ୍ତେ ଅର୍ଗାନ ଡୋନେଶନ ପ୍ଲେଡଜ ସାର୍ଟିଫିକେଟ ହାସଲ କରିଛନ୍ତି l ସେ ମା କୁଞ୍ଜ ଲତା ବେହେରାଙ୍କ ଗର୍ଭରୁ ବାପା ସୁରେନ୍ଦ୍ର ନାଥ ବେହେରାଙ୍କ ଔରସରୁ ଜନ୍ମ l ସେ ତିନି ଭଉଣୀ ଓ ଦୁଇ ଭାଇ l ଏ ହେଉଛନ୍ତି ବଡ଼ଭାଇ l ତାଙ୍କ ଗ୍ରାମ ବାଲେଶ୍ଵର ଜିଲ୍ଲା ପୁରୀ ଗଡ଼ିଆ ଅଧୀନରେ ଥିବା ଡଗରପଡା ଡାକଘରର କମାରପାଳ ଗ୍ରାମ ଓଏପଦା ଥାନା ଅଞ୍ଚଳର l ତାଙ୍କ ମୃତ୍ୟୁ ପରେ ଯଦି ତାଙ୍କ ଅଙ୍ଗ ଅନ୍ୟର ଜୀବନ ବଞ୍ଚାଇ ପାରିଲା, ସେଥିରେ ସେ ଖୁବ ଆନନ୍ଦ ପାଇବେ ବୋଲି ମତବ୍ୟକ୍ତ କରିଛନ୍ତି l ତାଙ୍କର ଏପରି ମନୋଭାବ ଜନସାଧାରଣଙ୍କ ପାଇଁ ଉଦାହରଣ ହୋଇ ରହିଯିବ । ଆଉ କେତେ ଜୀବନ ବଞ୍ଚାଇ ଉଜୁଡ଼ି ଯାଉଥିବା ପରିବାରକୁ ଆନନ୍ଦ ଯୋଗାଇବ, ଏଥିରେ ସନ୍ଦେହ ନାହିଁ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l