କଟକ(ସଂଘର୍ଷ ମିଡିଆ) : -ଧର୍ମକୁ ଆଖି ଠାର ମାରିଲା ଭଳି ଚାଲିଛି ପୋଲିସ ର ତଦନ୍ତ ପ୍ରକ୍ରିୟା। ଦୁଇ ତିନିଦିନ ପୋଲିସ ଘଟଣାସ୍ଥଳକୁ ଆସିଲା, ଲୋକେ ଦେଖିଲେ, ଭାବିଲେ ତଦନ୍ତ ଚାଲିଛି ହେଲେ ରେଜଲ୍ଟ ଶୂନ। ଚୋରିର ୧୫ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି। ଏବେ ଲୋକଙ୍କ ସଂଦେହ ଘେରରେ ଖୋଦ୍ ପୋଲିସ ! ଭିଓ:-୧- କଟକ ଜିଲ୍ଲା ସାଲେପୁର ଥାନା ମା’ ବଟେଶ୍ବର ଭଗବତୀ ମନ୍ଦିରରୁ ଗତ ମାସ ୨୫ ତାରିଖ ରାତିରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନ ର ଦୁର୍ମୂଲ୍ୟ ୫୦୦/୬୦୦ ବର୍ଷ ର ଅଷ୍ଟଧାତୁରେ ନିର୍ମିତ ପଞ୍ଚମୂଖୀ କାଳୀ ମୂର୍ତ୍ତି, ଲକ୍ଷ୍ମୀ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି କେହି ଦୁର୍ବୁତ୍ତ ଚୋରି କରି ନେଇଛି। ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ହେଲେ ସାଲେପୁର ଥାନାରେ ମନ୍ଦିର ପକ୍ଷରୁ ଲିଖିତ ଏତଲା ଦିଆ ଯାଇଥିଲେ ସୁଦ୍ଧା ପୋଲିସ ଲୁଟେରାଙ୍କ ଏପର୍ଯ୍ୟନ୍ତ ଟେର ପାଉନି। ସଂଦେହ କରାଯାଉଛି ଏହି ମୂର୍ତ୍ତି ଚୋରି ପଛରେ ଆନ୍ତର୍ଜାତିକ ମୂର୍ତ୍ତି ଚୋରଙ୍କ ହାତ ଥାଇପାରେ। ହେଲେ ସାଲେପୁର ଥାନା ପୋଲିସ ଏହି ଚୋରି ଘଟଣାକୁ ହୁଏତ ଗୁରୁତର ସହ ନ ନେବାରୁ ଚୋରି ମୂର୍ତ୍ତି ଉଦ୍ଧାର ହୋଇ ପାରୁନାହିଁ। ଏହି ସବୁ ମୂର୍ତ୍ତି ଗୁଡ଼ିକ ଏହି ମନ୍ଦିର ରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ଭାବବେଗରେ କୁଠାରାଘାତ ବୋଲି ପ୍ରଶ୍ନ ଉଠିଛି। ତେଣୁ ସାଲେପୁର ଥାନା ପୋଲିସ ଏହି ଘଟଣାକୁ ମଜାକ୍ ମଜାକ୍ ରେ ନ ନେଇ ଗୁରୁତ୍ୱ ସହ ତଦନ୍ତ କରି ଚୋରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଉଦ୍ଧାର କରିବାର ଆବଶ୍ୟକତା ଜରୁରୀ ହୋଇ ପଡିଛି। ନହେଲେ ଏଥିପାଇଁ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।