ମୃତ୍ତିକା ସଂରକ୍ଷଣ ସଚେତନତା ଶିବିର ଅନୁଷ୍ଠିତ

25

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡାଇକ ଥ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ବ୍ୟାସକବି ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ଵାଇଁଙ୍କ ଦ୍ଵାରା ମୃତ୍ତିକା ସଂରକ୍ଷଣ ସଚେତନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପିପଲ ପଦର ଗ୍ରାମରେ ଅପରାହ୍ନ ୫.୦୦ ଘଟିକା ସମୟରେ ଓ ରଜାବନ୍ଧ ଗ୍ରାମରେ ତା ୩୦/୭/୨୦୨୨ ରିଖ ଶନିବାର ଅପରାହ୍ନ ୨. ୦୦ ଘଟିକା ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରଜାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦ କୁମାର ମାଝି, ସହକାରୀ ଶିକ୍ଷକ ଧୀରେନ୍ ଦାସ,ଡାଇକ ଥ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ରବିନ୍ଦ୍ର ହାଲଦାର,ପିପଲ
ପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ଜାନି ସହକାରୀ ଶିକ୍ଷକ ଲଛମନ ମୁଦୁଲି, ଖଡିକା ଯୋଡ଼ି ଗ୍ରାମର ହରିଶ୍ଚନ୍ଦ୍ର ମାଛ, ରଜାବନ୍ଧ ଗ୍ରାମର ନବିନା ଜାନି, ରାଧା ଜାନି, ପୁର୍ଣିମା ବାଗ୍ ଦରିଆ, ସୁକାନ୍ତି ଦଲେଇ, ମଧୁ ଜାନି, ଗୌରୀ ହନ୍ତାଳ ଆଦି ଉପସ୍ଥିତ ଥିଲେ। ବୃକ୍ଷରୋପଣ କାର୍ଯ୍ଯକ୍ରମ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଶ୍ରୀଯୁକ୍ତ ଯଚିନ୍ଦ୍ର ସ୍ଵାଇଁ ମୃତ୍ତିକା କ୍ଷୟ ର କାରଣ ଓ ଏହାର ନିବାରଣ ସମ୍ପର୍କରେ ଆଲୋଚନା କରିଥିଲେ। ଅଧିକ ବୃକ୍ଷରୋପଣ ମୃତ୍ତିକା ସଂରକ୍ଷଣ ଏକ ଉତ୍କୃଷ୍ଟ ମାଧ୍ୟମ ବର୍ଣ୍ଣନା କରିଥିଲେ ଓ ଆଗାମି ଦିନରେ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ସଚେତନ ହେବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବେ ବୋଲି ସଂକଳ୍ପ ନେଲେ।ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More