ମୁନାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି , ନିଖୋଜ ହୋଇଥିଲେ ମୁନା ହେଲେ ନଦୀରୁ ମିଳିଲା ମୃତଦେହ

24

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : :-କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କାଟଣା ପଞ୍ଚାୟତ ଧାମରା ଗାଁର ବିରଞ୍ଚି ନାରାୟଣ ରାଉଳ (ମୁନା) ବୟସ 24। ମୁନା 20ତାରିଖରୁ ନିଖୋଜ ଥିଲେ। ଆଜି ତାଙ୍କ ମୃତ ଶରୀର ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ନଳିତାପାଟିଆ ନଦୀ କୂଳରେ ଭାସୁଥିବା ଦେଖି କିଛି ଲୋକମାନେ ରାଜନଗର ପୋଲିସଙ୍କୁ ଜଣାଇଥିଲେ। ଖବରପାଇ ରାଜନଗର ଆଇଆଇସି ତପନ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହି ମୃତଦେହ ରାଜକନିକା ବ୍ଲକ ଅର୍ନ୍ତଗତ କାଟଣା ପଞ୍ଚାୟତ ଧାମରା ଗାଁର ନିଖୋଜ ହୋଇଥିବା 24 ବର୍ଷିୟ ବିରଞ୍ଚି ନାରାୟଣ ରାଉଳ ଓରଫ ମୁନାର ମୃତଦେହ। ଭୁବନେଶ୍ୱର ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିବା ମୁନା। କାହିଁକି ନିଖୋଜ ହେଲେ, ନିଖୋଜ ପଛର କାରଣ କ’ଣ ହୋଇପାରେ।, ମୁନାର ମୃତ ଦେହ କେମିତି ନଦୀକୁ ଆସିଲା।ଏଭଳି ଅନେକଗୁଡ଼ିଏ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ପୋଲିସ ତଦନ୍ତରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ପରିବାର ଲୋକେ କହିଛନ୍ତି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More