ମୁଣ୍ତିଗୁଡା ଉପରସାହିରେ ପାନୀୟ ଜଳ କଷ୍ଟ: ଲୋକେ ହେଉଛନ୍ତି ହନ୍ତସନ୍ତ

8

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ର ମୁଣ୍ତିଗୁଡା ଉପରସାହି ରେ ପାନୀୟ ଜଳ କଷ୍ଟ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଗ୍ରୀଷ୍ମ ଦିନରେ ପାନୀୟ ଜଳ ପାଇଁ ବହୁ କଷ୍ଟ ସ୍ଵୀକାର କରିବାକୁ ପଡୁ ଥିବାବେଳେ ଗୋଟିଏ ପାଇପରୁ ଅଳ୍ପ ଅଳ୍ପ ପାଣି ବାହାରୁ ଥିବାରୁ ଘଣ୍ଟା ଘଣ୍ଟା ଖରାରେ ଜଗି ରହୁଥିବା ଦେଖିବାକୁ ମିଳୁଛି । ପାନୀୟ ଜଳ ପାଇଁ ଏଇ ଟାଣ ଖରାରେ କେତେଵେଳେ କାହାର ଜୀବନ ଯିଵ କିଏ କହିବ,ଏଥିନେଇ ପ୍ରଶାସନ କଣ ଦାୟୀ ରହିବ କି? ତେଵେ ପାନୀୟ ଜଳର ବ୍ୟବସ୍ଥା ଗ୍ରୀଷ୍ମ ଦିନ ଗଲା ପରେ କରିବ ନା କଣ? ଏଥିନେଇ ଜଳ ପରିମଳ ବିଭାଗ ଜନ ସାଧାରଣ ମାନଙ୍କ ପାଇଁ କରୁଛି କଣ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରୁଛି। ଜଳ ପରିମଳ ବିଭାଗ ପ୍ରତି ଗ୍ରାମରେ ଗ୍ରୀଷ୍ମ ଦିନ ପୁର୍ବରୁ ଯଦି ସର୍ଭେ କରି ଥାଆନ୍ତା,ତେବେ ଏପରି ପାନୀୟ ଜଳ କଷ୍ଟ ରେ ଉକ୍ତ ଗ୍ରାମର ମହିଳାମାନେ ହଇରାଣ ହରକତ ହୋଇ ନ ଥାନ୍ତେ।ଏ ନେଇ ଗ୍ରାମବାସୀ ଜଳ ସମ୍ପଦ ମନ୍ତ୍ରି,ଏମ୍ ପି,ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେହେଁ କାହାରି ଦ୍ରୁଷ୍ଟି ପଡି ନଥିବା ନେଇ ଗ୍ରାମର ପୁରୁଷ/ ମହିଳାମାନଙ୍କ ମଧ୍ୟରୁ ଇଶ୍ଵର ମାଝି, କ୍ରୁଷ୍ନ ମାଝି, ଜଗନ୍ନଥ୍ ଭତ୍ରା,ଘାସିଆ ଗଉଡ,କମଳ ସାଇ ଗଉଡ,ଅନିଲ୍ ମାଝି,ଘାସିରାମ ମାଝି, ଧନପତି ଓଡ,ସନୁ ଓଡ,କନ୍ହେଇ ଓଡ,ଡାଳିମ୍ବ ମାଝି,ସନାଇ ଭତ୍ରା,ଲଳିତା ମାଝି,ଚମ୍ପା ଭତ୍ରା,ସନାଦି ଭତ୍ରା ପ୍ରମୁଖଙ୍କ ସହ ଗ୍ରାମବାସୀ ଦୁଖର ସହ କ୍ଷେ।ଭ ପ୍ରଜାଶ କରି ଛନ୍ତି।ଏଣୁ ବ୍ଲକ ପ୍ରଶାସନଏଦିଗରେ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କଲେ ଗ୍ରାମବାସୀ ଉପକ୍ରୁତ ହୋଇପାରିବେ ବୋଲି ବୁଦ୍ଧିଜିବୀ,ଗଣମାଧ୍ୟମରେ ମତ ପ୍ରକାଶ ପାଇଛି।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More