ମୁଣ୍ଡିଗୁଡା ଠାରୁ ଆମ୍ବଗାଁ ରାସ୍ତା ପାଲଟିଛି ମରଣଯନ୍ତା

22

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ମୁଣ୍ଡିଗୁଡା ଗ୍ରାମ ଛକ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା | ସୂଚନାଯୋଗ୍ୟ:- ଉକ୍ତ ରାସ୍ତା ଟି ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମୁଣ୍ଡିଗୁଡା ଛକ ଠାରୁ ଆମ୍ବଗାଁ ଛକ ପର୍ଯ୍ୟନ୍ତ ୩ କିମି ରାସ୍ତା ଖାଲ ଖମା ରେ ପରିପୂର୍ଣ୍ଣ ରହିଛି | ଯାହା ଦ୍ୱାରାକି ଯାତାୟତରେ ଜନସାଧାରଣ ବହୁ ଦୁର୍ଦିନର ସମ୍ମୁଖୀନ ହେବା ସହ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି | ଉକ୍ତ ରାସ୍ତା ଦେଇ ଉମରକୋଟରୁ କଟାଗାଁ ଦେଇ କୋଷାଗୁମୁଡା କୁ ଯାତ୍ରୀବାହୀ ବସ ବିପଦ ଶଙ୍କୁଳ ଭାବେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି | ଉକ୍ତ ରାସ୍ତାରେ ଯିବା ସମୟରେ କେତେବେଳେ କଣ ହେବ କିଏ କହି ପାରିବ | ଯାତ୍ରୀ ମାନଙ୍କ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି | ବର୍ଷା ଦିନେ ଉକ୍ତ ରାସ୍ତାରେ ଗାଡିଯିବା ତ ଦୂରର କଥା ଲୋକେ ଚାଲି ଯିବା କଷ୍ଟକର ହୋଇପଡିଛି | ଛତିଶଗଡ ରାଜ୍ୟର ବ୍ୟବସାୟୀକ ପେଣ୍ଠସ୍ଥଳୀ ଜଗଦଲପୁର କୁ ବ୍ୟବସାୟୀ ମାନେ ଏହି ରାସ୍ତା ଦେଇ ଗଲେ ଅଳ୍ପ ଖର୍ଚ୍ଚରେ କମ ସମୟରେ ପହଞ୍ଚିପାରିବେ | ଏହି ରାସ୍ତାର ମରାମତି ଆଖପାଖ ଗ୍ରାମ ସହ ଯାତ୍ରୀ ଓ ବ୍ୟବସାୟୀ ମାନଙ୍କ ପାଇଁ ଜରୁରୀ ହୋଇପଡିଛି | ଏଣୁ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ସମସ୍ୟାର ଶୀଘ୍ର ସମାଧାନ କରାଯିବା ପାଇଁ ସ୍ଥାନୀୟ ମୁଣ୍ଡୀଗୁଡା, ଘୋଡାଖୁଣ୍ଟା, ଭାଲୁଡଙ୍ଗରୀ ଓ ଆମ୍ବଗାଁର ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି | ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More