କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂଗ୍ରକ୍ଷିତ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ଦେଇଛି କଳାହାଣ୍ଡି ପୋଲିସ।ପୋଲିସ ର ସୂଚନା ଅନୁଯାୟୀ କିଛି ଦିନ ହେଲା ଏହି ଅଞ୍ଚଳରେ ସିପିଆଇ ମାଓବାଦୀ କ୍ୟାମ୍ପ କରି ରହୁଥିବା ନେଇ ଖବର ପାଇ ଗତକାଲି ରାତିରେ ଏସଓଜି ଓ ଡିଭିଏଫ ପକ୍ଷରୁ ମୁଣ୍ଡାମସ୍କା ସଂଗ୍ରକ୍ଷିତ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।ଆଜି ସୁରକ୍ଷା କର୍ମୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପ୍ରାୟ ୨୦ ରୁ ୨୨ ଜଣ ମାଓବାଦୀ ଛତ୍ର ଭଙ୍ଗ ଦେଇଥିବା ସୂଚନା ଦେଇଛି କଳାହାଣ୍ଡି ପୋଲିସ।ବର୍ତ୍ତମାନ ମଧ୍ୟ ମୁଣ୍ଡାମସ୍କା ସଂଗ୍ରକ୍ଷିତ ଜଙ୍ଗଲ ରେ କୁମ୍ବି ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି। ସର୍ଚ୍ଚ ଅପରେସନ ବେଳେ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ମେସିନଗନ, ଏକେ ୪୭ ରାଇଫଲ,ଟିଫିନ ବୋମା,ମାଓ ପୁସ୍ତକ,ଖାଦ୍ୟ ଭଳି ସାମଗ୍ରୀ ଜବତ ସହ ଅନେକ ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ସେପଟେ ଏହି ଗୁଳି ବିନିମୟ ରେ KKBN (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନାଲ କମିଟି ର କମାଣ୍ଡର ଅନୀଲ ଓ ଦଶରୁ ଛତ୍ର ଭଙ୍ଗ ଦେଇଥିବା ସୁଚନା ଦେଇଛନ୍ତି କଳାହାଣ୍ଡି ଏସପି।