ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧକ୍ଷତାରେ ନୀଳାଦ୍ରୀ ଭକ୍ତ ନିବାସରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧକ୍ଷତାରେ ନୀଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି | ହସ୍ତତନ୍ତ୍ ନିର୍ଦେଶାଳୟ ସହଯୋଗରେ ନୂତନ ଓ ବୈଜ୍ଞାନିକ ଶୈଳୀରେ ରେଶମ ପୋକ ମରି ନଥିବା ଵସ୍ତ୍ର ଏଣିକି ଶ୍ରୀମନ୍ଦିରରେ ବ୍ୟବହାର କରାଯିବ | ପରୀକ୍ଷା ମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନମାରି 88ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି | ଏହାକୁ ସାତ୍ଵିକ ରେଶମ ବୋଲି ନାମ ଦିଆଯିବ | ପୂର୍ବରୁ ଏହି ଲମ୍ବର ଗୀତଗୋବିନ୍ଦ ପାଟ ପ୍ରସ୍ତୁତ ନେଇ 4 ରୁ 7ଲକ୍ଷ ପୋକ ମାରିବାକୁ ପଡୁଥିଲା | ଏବେ ରେଶମ ପୋକ ନମାରି ରେଶମ ଵସ୍ତ୍ର ଶ୍ରୀମନ୍ଦିରରେ ବ୍ୟବହାର ହେବ | ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିତୀ ସବକମିଟି ଓ ଛତିଶା ନିଯୋଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିତୀନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି | ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଛିନ ଦର୍ଶନ ଚାଲୁ ରହିବ | ସ୍ନାନବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି | ତେବେ ସ୍ନାନବେଦୀରେ ଭକ୍ତ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। 2024 – 25 ବର୍ଷ ସୁଦ୍ଧା ସେବାୟତ ପିଲାଙ୍କ ପାଇଁ ଆବଶ୍ୟକୀୟ ଗୁରୁକୁଳ ନିର୍ମାଣ କରାଯିବ | ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଠିକ ସମୟରେ ସରିବ ବୋଲି କାର୍ଯ୍ୟକାରୀ ଅଧକ୍ଷ ସୂଚନା ଦେଇଛନ୍ତି | ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓକୁ ନେଇ ବାରମ୍ବାର ବୈଠକ ହୋଇ ସମୀକ୍ଷା କରାଯିବ | ତେବେ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More