ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କୁ ଦାବିପତ୍ର

19

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ କୁମାରପୁର ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବାସୁଦେବପୁର ପୋଲିସ। ଏହି ପ୍ରତିବାଦରେ ବାସୁଦେବପୁର ମହିଳା ସମିତି ପକ୍ଷରୁ ଆଜି ଭଦ୍ରକ ଏସପି ଙ୍କୁ ଭେଟି ଏକ ଦାବିପତ୍ର ଦେବା ସହ ମୁଖ୍ୟ ଆସାମୀ ଙ୍କୁ ତୁରନ୍ତ ଗିରଫ ପାଇଁ ନିବେଦନ କରିଛନ୍ତି । ଗତ ଅଗଷ୍ଟ ମାସରେ କୁମାରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସଙ୍ଘବଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ । ଫଳରେ ମୁଖ୍ୟ ଅଭିଯୁକ୍ତ ଜଣକ ଅଭିଯୋଗ କାରିଣୀ ପରିବାରକୁ ହତ୍ୟା କରିବାର ଧମକ ଦେଉଛନ୍ତି । ତେଣୁ ମୃତ ପରିବାରକୁ ନ୍ୟାୟ ଓ ସୁରକ୍ଷା ଦେବା ପାଇଁ ସେମାନେ ଏସପିଙ୍କୁ ଭେଟିଥିବା କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More