ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିବସ ପାଳିତ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) ; -ଜଗତସିଂହପୁର ବିଜୁ ଯୁବ ଛାତ୍ର ଦଳ ପକ୍ଷରୁ ଗୋପାଳ ସାଗର ସାଇ ମନ୍ଦିର ପରିସରରେ ଥିବା ଳଖେସ୍ୱର ମଣ୍ଡପ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳନ କରିବା ସହ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ବିଜୁ ଯୁବ ଛାତ୍ର ଜନତା ଦଳର ଜିଲା ସଭାପତି ସମିତ କୁମାର ଲେଙ୍କା ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର କୁ ସରକାରୀ ମୂଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଆନୁଷ୍ଠାନିକ ଭାବେ ଜୀବନବିନ୍ଦୁ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବା ସହିତ କେକ କାଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୀର୍ଘ କାମନା କରିଥିଲେ। ରକ୍ତ ପାଇଁ କୌଣସି ରୋଗୀର ଯେପରି ଅସୁବିଧା ନ ହେଉ ସେଥି ପ୍ରତି ଦୃଷ୍ଟି ଦେଇ ବିଜୁ ଜନତା ଦଳ ଗୁରୁତ୍ୱ ବହନ କରି ଆଜି ମୁଖ୍ୟମନ୍ତ୍ରୀ ଙ୍କ ଜୟନ୍ତୀ ରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା।ଏହି ରକ୍ତଦାନ ଶିବିରରେ ସମ୍ମାନିତ ଅତିଥିଭାବେ ଜିଲାପରିଷଦ ସଭାପତି ମନୋଜ କୁମାର ଭୋଇ, ବ୍ଳକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା,ଜିଲ୍ଲା ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର,ବ୍ଳକ ଉପାଧ୍ୟକ୍ଷ ରାତିରଞ୍ଜନ ବେହେରା, ବିଜେଡ଼ି ବରିଷ୍ଠ ଉପ ସଭାପତି ଦିପ୍ତୀ ଦାସ,ଆଇନଜୀବି ଦୋଳଗୋବିନ୍ଦ ଦାଶ, ଜିଲା ପରିଷଦ ସଭ୍ୟ ବିବେକାନନ୍ଦ ବେହେରା,ଜୀବନ ବିନ୍ଦୁ ଜିଲା ସଂଯୋଜକ ମଧୁସୂଦନ ସାହୂ, ସାଂସଦଙ୍କ ପ୍ରତିନିଧି କାଳନ୍ଦୀ ପତି,ଯୁବ ବିଜେଡି ଉପ ସଭାପତି ଗୌରପ୍ରସାଦ ମହାନ୍ତି,ସରୋଜ ବିଶ୍ୱାଳ,ଛାତ୍ର ବିଜେଡି ଜିଲା ଉପସଭାପତି ଅବନୀ କାନ୍ତ ଦାଶ ପ୍ରମୂଖ ସମସ୍ତ ଜିଲା ପରିଷଦ ସଭ୍ୟ ସଭ୍ୟା ଓ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତା ଯୋଗଦେଇଥିଲେ।ଏହି ରକ୍ତଦାନ ଶିବିରରେ ମୋଟ 70ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More