ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ଶହେ ଆଠଥର ପବିତ୍ର ଶ୍ୱେତଗଂଗାରେ ବୁଡାଇଲା ଶ୍ରୀ ଜଗନ୍ନାଥ ସେନା

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) : ଶ୍ରୀକ୍ଷେତ୍ର ପୁରୀରେ ଏକ ଅଭିନବ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିରୋଧ ପ୍ରକଟ କରିଛନ୍ତି ଶ୍ରୀ ଜଗନ୍ନାଥ ସେନା । ଶ୍ରୀ ଜଗନ୍ନାଥ ମନ୍ଦିର ସୁରକ୍ଷା ଦାବି ଓ ବେଆଇନ୍ ନିର୍ମାଣ ବନ୍ଦ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ସଦବୁଦ୍ଧି ପ୍ରକାଶ ପାଇଁ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ଶହେ ଆଠଥର ପବିତ୍ର ଶ୍ୱେତଗଂଗାରେ ବୁଡାଇଲା ଶ୍ରୀ ଜଗନ୍ନାଥ ସେନା । ତୁରନ୍ତ ମନ୍ଦିର ନିକଟରେ ଗାତକୁ ପୋତିବା ପାଇଁ ଏହି ବିକ୍ଷୋଭ କରଯାଇଥିଲା ବୋଲି ଶ୍ରୀ ଜଗନ୍ନାଥ ସେନାର ଆବାହକ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି । ଯଦି ଖନନ କାର୍ଯ୍ୟ ତୁରନ୍ତ ବନ୍ଦ ନହୁଏ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ସ୍ଵର୍ଗ ଦ୍ଵାରରେ ଦାହ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିରୋଧରେ ଜଗନ୍ନାଥ ସେନାର ବହୁ ସଦଶ୍ୟ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More