ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ପାଇଁ କରୋନା ପ୍ୟାକେଜ ଘୋଷଣା ; କରୋନା ଭୂତାଣୁରେ ମୃତ୍ୟୁ ଘଟିଲେ ୧୫ ଲକ୍ଷ
ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ପାଇଁ କରୋନା ପ୍ୟାକେଜ ଘୋଷଣା କରିଛନ୍ତି । କରୋନା ମହାମାରୀ ସମୟରେ ନିଷ୍ଠାର ସହ କାମ କରୁଥିବା ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ଘଟିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ମିଳିବ । ଏହା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ମହାମାରୀ ସହ ଲଢେଇ ସମୟରେ କାର୍ଯ୍ୟରତଥିବା ସାମ୍ବାଦିିକ କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କଲେ ଏହି ସହାୟତା ମିଳିବ ବୋଲି ଜଣାପଡିଛି ।