ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଢ଼ିଲା ମିଳିତ ଅମଲା ମଞ୍ଚ

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଗୁରୁତ୍ୱପୂର୍ଣ୍ଣ ବୈଠକମାନ ସମସ୍ତ ସଦର ମହକୁମା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅମଲା ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ସେମାନଙ୍କ ଦାବି ପୂରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି I ଏଠାରେ ପ୍ରକାଶ କରାଯାଇପାରେ , ଶିକ୍ଷାଗତ ଯୋଗ୍ୟତା ସ୍ନାତକ କୁ ଭିତ୍ତିକରି ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ମୂଳ ବେତନରେ ଥିବା ଅସଙ୍ଗତିକୁ ଦୂର କରାଯାଇ ଏହାକୁ ୭ ମ ବେତନ କମିଶନଙ୍କ ସୁପାରିଶ ଅନୁଯାଇ ଲେଭେଲ ୯ ଅନୁଯାୟୀ ପ୍ରଦାନ କରାଯିବାକୁ ଏକମାତ୍ର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା l ବିଭିନ୍ନ ମାଧ୍ୟମରେ ଯଥା ୩୦ ଗୋଟି ସାଙ୍ଗଠନିକ ଜିଲ୍ଲା ରୁ ସମ୍ପୃକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅମଲା ମାନଙ୍କ ଏକମାତ୍ର ଦାବୀକୁ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା l ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆଶ୍ୱସନା ନ ପାଇ ବାଧ୍ୟ ହୋଇ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ମୁଖ୍ୟ ଶାସନ ସଚିବଙ୍କୁ ଏକ ୨୧ ଦିନିଆ ଚରମପତ୍ର ଗତ ମଇ ମାସ ୧ ତାରିଖରେ ପ୍ରଦାନ କରିଥିଲେ l ସେଥିରେ ମଇ ମାସ ୨୧ ତାରିଖ ମଧ୍ୟରେ ଦାବୀ ପୂରଣ କରାଯିବାକୁ ସମ୍ମାନୀୟ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରାଯାଇଥିଲା l ନଚେତ ମଇ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ଯନ୍ତ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା କଳା ବ୍ୟାଜ୍ ପରିଧାନ ପୂର୍ବକ କାର୍ଯ୍ୟ କରିବେ ଏବଂ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଯଦି ସରକାର ଅମଲା ମାନଙ୍କର ଦାବି ପ୍ରତି ଉଦାସୀନତା ଦେଖାଇବେ, ତେବେ ଜୁନ ମାସ ୧ ତାରିଖ ଠାରୁ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୁହ ଛୁଟି ରେ ଯିବେ ବୋଲି ସରକାରଙ୍କୁ ଅବଗତ କରାଇଥିଲେ l ଏହାସତ୍ତ୍ବେ ମଧ୍ୟ ସରକାରଙ୍କ ତରଫରୁ ଅମଲା ମାନଙ୍କ ଦାବୀ ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇନଥିଲା I ଯାହାର ଫଳ ସ୍ୱରୂପ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଓଡିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଗତ ଜୁନ ୧ ତାରିଖ ଠାରୁ ସମୁହ ଛୁଟିରେ ଅଛନ୍ତି l ଏହା ମଧ୍ୟରେ ରାଜ୍ଯ ସରକାର ଙ୍କ ସହ ଦୁଇ ଦୁଇ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରି ନାହିଁ l ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ମିଳିତ ମଞ୍ଚର ପ୍ରତିନିଧି ଙ୍କ ସହିତ ଦାବୀ ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପତ୍ର ସଂଖ୍ୟା ୧୬୫୫୩ ତା ୬.୬.୨୦୨୩ ରିଖରେ କର୍ମକର୍ତ୍ତା ଙ୍କୁ ଅବଗତ କରାଯାଇଥିଲା l ଏହି ବୈଠକ ୭ ଜୁନ ୨୦୨୩ ଦିବା ୧୨.୪୫ ମିନିଟ କୁ ସମୟ ଧାର୍ଯ୍ୟ କରାଯାଇଥିଲା l ମିଳିତ ଅମଲା ମାନଙ୍କ ପ୍ରତିନିଧି ମାନେ ଧାର୍ଯ୍ୟ ସମୟରେ ପତ୍ର ଦିଆଯାଇଥିବା ସ୍ଥାନରେ ଉପସ୍ଥିତ ହୋଇ ବୈଠକରେ ଯୋଗ ଦେଇଥିଲେ l ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଅମଲା ମାନଙ୍କ ଦାବୀ ସମ୍ପର୍କରେ କୌଣସି ପ୍ରକାର ଆଲୋଚନାକୁ ନ ଯାଇ ପ୍ରତିନିଧି ମାନଙ୍କୁ କେବଳ ଧମକ ଚମକ ଦେଇ ଭୟଭୀତ କରିଥିଲେ l ଅମଲା ମାନଙ୍କ ପ୍ରତିନିଧି ମାନେ ମୁଖ୍ୟ ଶାସନ ସଚିବଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ସେ ବୁଝିବାକୁ ପ୍ରସ୍ତୁତ ନ ଥିଲେ l ଏହା ଅମଲା ପ୍ରତିନିଧି ମାନଙ୍କ ମନରେ ଗଭୀର ଆଘାତ ଆଣିଥିଲା ଏବଂ ନିରାଶ ହୋଇ ସେମାନେ ବିନା କୌଣସି ଆଲୋଚନା ପ୍ରତିଶ୍ରୁତି ରେ ଫେରି ଆସିଥିଲେ l ଏହା ପ୍ରଘଟ ହେବା ପରେ ମୁଖ୍ୟ ଶାସନ ସଚିବଙ୍କ ଏତାଦୃଶ୍ୟ ମନୋଭାବ ବିରୁଦ୍ଧରେ ସାରା ଓଡିଶାରେ ଅମଲା ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆନ୍ଦୋଳନ କୁ ଜୋରଜାର କରାଯିବା ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବା ଉପରେ ସମସ୍ତ ୩୦ ଗୋଟି ଜିଲ୍ଳାରୁ ମତ ପ୍ରକାଶ ପାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରିବା ପାଇଁ ବହୁମତ ପ୍ରକାଶ ପାଇଥିଲା l ଅମଲା ମାନଙ୍କ ଆନ୍ଦୋଳନ ପାଇଁ ଜିଲ୍ଲା ମାନଙ୍କରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଶୀଘ୍ର ସମାଧାନ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More