ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ବିଶ୍ୱ ହିନ୍ଦୁପରିଷଦର ଦାବୀପତ୍ର ପ୍ରଦାନ

21

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଆଜି କେନ୍ଦ୍ରାପଡା ବିଶ୍ୱହିନ୍ଦୁ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ସ୍ମରକପାତ୍ର ଦିଆଯାଇଛି। କେନ୍ଦ୍ରାପଡ଼ା ବିଶ୍ୱହିନ୍ଦୁ ପରିଷଦର ଅଭିଯୋଗ ଓଡିଶାର ସମସ୍ତ ଦେବା ଦେବୀ ମନ୍ଦିର ମଠ ମାନଙ୍କୁ ଯାଇ ବୁଲୁଥିବା ସମୟରେ ମୋବାଇଲରେ ଦୁଇଅର୍ଥ ବୋଧକ ଭିଡିଓ ପୃସ୍ତୁତ କରି ସୋସିଆଲ ମିଡ଼ିଆରେ ପ୍ରଶାର କରୁଛନ୍ତି କିଛି ବିଶ୍ରୁଖଂଳିତ ଯୁବଗୋଷ୍ଠୀ । ନିକଟରେ ପୁରୀ ମନ୍ଦିର ଓ ତୁଳସି କ୍ଷେତ୍ର କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ବେଢାରେ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହିଭଳି ବ୍ୟଙ୍ଗାତ୍ମକ ସୈଳିରେ ଭିଡିଓ କରି କିଛି ବ୍ୟବସାୟିକ ପ୍ରତିଷ୍ଠାନ ଅର୍ଥ କମାଇବାରେ ଲାଗି ପଡିଛନ୍ତି । ଏହା ଦ୍ୱାରା କୋଟ କୋଟି ହିନ୍ଦୁ ମାନଙ୍କର ଧର୍ମୀୟ ଭାବନା ଆଘାତପ୍ରାପ୍ତ ହେବା ସହିତ ଓ ଆଧାତ୍ମିକ ପରିବେଶକୁ କଳୁଷିତ କରୁଛି । ଏଥି ପାଇଁ ରାଜ୍ୟର ସମସ୍ତ ହିନ୍ଦୁ ଦେବାଳୟ ଓ ଧର୍ମ ସ୍ଥଳୀରେ ଭିଡିଓ ପ୍ରସ୍ତୁତ ଉପରେ କଠୋର କଟକଣା ଲଗାଇବା ପାଇଁ ଅଭିଯୋଗଆଣି ଦାବି କରିଛନ୍ତି କେନ୍ଦ୍ରାପଡ଼ା ବିଶ୍ୱ ହିନ୍ଦୁ ପରିଷଦ । କେନ୍ଦ୍ରାପଡାରୁ ବଳରାମ ବେହେରାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More