ମୁକୁଳା ଡ୍ରେନରେ ଶଣ୍ଢ ପଡ଼ି ଆହତ

21

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହର ରେ ମୁନିସିପାଲଟି ର ଅବହେଳା ଯୋଗୁଁ ବହୁ ଜାଗାରେ ଡ୍ରେନ ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି ନାଳ ନର୍ଦ୍ଦମା ଡ୍ରେନ ଯାହାଦ୍ୱାରା ସହରର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଗାଇଗୋରୁ ମଧ୍ଯ ବାଦ ପଡୁନାହାନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭବାନିପାଟଣା ସହରସ୍ଥିତ ଟାଉନହଲ ସମ୍ମୁଖରେ ବିପଦପୂର୍ଣ୍ଣ ଅବସ୍ଥାରେ ଖୋଲାପଡିଥିବା ସହରର ମୂଖ୍ଯ ଡ୍ରେନ । ରେ ରାତି ପାଖାପାଖି ଦଶଟା ସମୟରେ ଏକ କଳା ଶଣ୍ଢ ଡ୍ରେନ ଭିତରକୁ ଖସି ପଡିଥିଲା ଶଣ୍ଢ ଟି ଯେତେ ଚେଷ୍ଟା କଲେ ସୁଧା ବାହାରକୁ ବାହାରି ପାରି ନଥିଲା । ଏହି ସମୟ ରେ ରାସ୍ତା ରେ ଯାଉଥିବା ସ୍ଥାନିୟ ଲୋକଙ୍କ ଭିଡ ଦେଖି ରାତିରେ ପେଟ୍ରୋଲିଂ କରୁଥିବା ପିସିଆର ଭେନ୍ ର ଜଣେ ଷ୍ଟାଫ ଭବାନିପାଟଣା ଅଗ୍ନିଶମ ବିଭାଗ କୁ ଫୋନ କରି ଘଟଣା ବାବଦ ରେ ଜଣାଇ ଥିବା ସୂଚନାରୁ ଜାଣିବାକୁ ମିଳିଛି ଏବଂ ସେହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଓଡ଼ିଶା ଆନିମଲ ହେଲ୍ପଲାଇନ କୁ ଯୋଗାଯୋଗ କରିଥିଲେ ଏବଂ ଆନିମଲ ହେଲ୍ପଲାଇନ ଘଟଣାର ସ୍ଥିତି ବାବଦ ରେ ଅବଗତ ହୋଇଥିଲେ । କିନ୍ତୁ ଆନିମଲ ହେଲ୍ପଲାଇନ ରୁ କୌଣସିପ୍ରକାର ସହଯୋଗ ମିଳିପାରି ନ ଥିଲା । ଶେଷ ରେ ଅଗ୍ନିଶମ ବିଭାଗ ର ଷ୍ଟାଫ,ଭବାନିପାଟଣା ଆନିମଲ ହେଲ୍ପଲାଇନ ର ସଦସ୍ଯ ଓ ସ୍ଥାନିୟ ଲୋକଙ୍କ ସହଯୋଗ ରେ ଦିର୍ଘ ଏକ ଘଣ୍ଟା ସଘର୍ଷ ପରେ ଶଣ୍ଢ ଟି ବାହାରକୁ ବାହାରି ପାରିଲା । ଏଠାରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯେ ଆଜି ଗାଇ ଗୋରୁ ଡ୍ରେନ ରେ ପଡିଲେ ଯଦି ଆଗାମି ଭବିଷ୍ୟତ ରେ କେହି ଲୋକଙ୍କ ମଧ୍ଯରୁ ଏହି ଡ୍ରେନ ରେ ପଡି କଛି ଅଘଟଣ ଘଟେ ସେଥିପାଇଁ ଦାଇ କିଏ ହେବ । ଏହାକୁ ନେଇ ଏକ ବଡ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଆଗକୁ ବର୍ଷା ଦିନ ଆସୁଛି ଦେଖା ଯାଉ ପୌର ପାଳିକା ବିଭାଗ ସହରର ଡ୍ରେନ ଗୁଡିକୁ ନେଇ କଣ ପଦକ୍ଷେପ ନେଉଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କଳାହାଣ୍ଡି ରୁ ସଞ୍ଚିବ ରଥଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More