ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିର ର ସେବାୟତ ପରିବାର କଲ୍ୟାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁଣି ଅଣ୍ଟା ଭିଡ଼ିଚି। ଶ୍ରୀମନ୍ଦିର ସେବାୟତ ଙ୍କ ଅର୍ଥନୈତିକ , ସାମାଜିକ ସ୍ଥିତି ସର୍ବେକ୍ଷଣ ହେବ। ଏ ନେଇ ପ୍ରସ୍ତୁତି ଆରଂଭ ହୋଇଛି। 25 ଟିମ ଗଠନ କରାଯାଇଛି। ପୁରୀ ସହର ର ଶିକ୍ଷକ ମାନଙ୍କୁ ଏହି ଟିମ ରେ ରଖାଯାଇଛି। ଏହି ଟିମ ସଦସ୍ୟ ପ୍ରତେକ ସେବାୟତ ଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଆଣିବେ। 2500 ସେବାୟତ ପରିବାରର ତଥ୍ୟ ସଂଗ୍ରହ ହେବ। ପାଖାପାଖି 2 ମାସ ଲାଗିବ ଏହି ସର୍ବେକ୍ଷଣ ପାଇଁ । ଏହା ଦ୍ୱାରା ପ୍ରକୃତ ସ୍ଥିତି ଜଣା ପଡିବା ପରେ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବ। ବିଶେଷ କରି ସେବାୟତ ପରିବାର ଙ୍କୁ ସ୍ବାସ୍ତ୍ୟ ବୀମା , ପେନସନ , ଆବାସିକ ଗୃହ ଯୋଗାଇ ଦେବା , ବିଭିନ୍ନ ଆର୍ଥିକ ସାହାଯ୍ୟ ମଧ୍ୟ ଏହି ସର୍ବେକ୍ଷଣ ପରେ ଦିଆଯିବ। ଏହା ଦ୍ୱାରା ସେବାୟତ ଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ ହୋଇ ପାରିବ। ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ, ମିଳିବ ଜଗା ଦର୍ଶନ । ପୁରୀ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥଲେ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାର ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ । ୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ । ଦୁଇଦିନ ପରେ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ସୁବିଧା ମିଳିବ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ । କୋଭିଡ ଗାଇଡ଼ ଲାଇନ ପାଳନ ପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା ଓ ସାନିଟାଇଜ କରି ଶୃଙ୍ଖଳିତ ଭାବେ ଲାଇନରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୨୩ ତାରିଖରୁ ଖୋଲାଯିବ । ସ୍ଥାନୀୟ ତହସିଲଦାର, ଥାନା ଓ ଅନ୍ୟ ଅଧିକାରୀ, ମନ୍ଦିର କମିଟି, ପଞ୍ଚାୟତ ପ୍ରତିନିଧି ଆଲୋଚନା କରି ଧର୍ମାନୁଷ୍ଠାନ ଖୋଲିବା ବ୍ୟବସ୍ଥା କରିବେ ।
ପୁରୀରୁ କ୍ୟାମେରାପାର୍ଶନ ରଂଜିତ ପଟଣାୟକଙ୍କ ସହ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।