କଟକ(ସଂଘର୍ଷ ମିଡିଆ ) : କଟକ ଫୁଲନଖରା ନିକଟସ୍ଥ ନଖରା ଢିଅସାହି ଗ୍ରାମର ଯୁଧିଷ୍ଠିର ଖଟୁଆଙ୍କ ବାସଭବନ ଠାରେ , ମିଳିତ ଶିକ୍ଷକ କର୍ମଚାରୀ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଫେସର ଯୁଧିଷ୍ଠିର ଖଟୁଆ ଆଧ୍ୟକ୍ଷତା କରିଥିଲେ । ଆୟୋଜିତ ବୈଠକରେ ଆସନ୍ତା ସେପ୍ଟେମ୍ବର ମାସ, ୫ ତାରିଖ ଦିନ ଗୁରୁଦିବସ ପାଳନ ସହିତ ୟୁଟିଆ ର ବାର୍ଷିକ ଉତ୍ସବ ପାଳନ କରାଯିବ । ଏହା ସହିତ ରାଜ୍ୟ ସରକାରଙ୍କ ନିକଟରେ ସେଦିନ ଅଧ୍ୟାପକ , ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ପେନସନ ଲାଗୁ କରିବା, ଖାଲି ପଡ଼ିଥିବା ଅଧ୍ୟପକ ଏବଂ ଶିକ୍ଷକ ପଦବୀ ପୁରଣ କରିବା ନେଇ, ମୁଖ୍ୟ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବାସ ଚନ୍ଦ୍ର ପାଢ଼ୀ, ଭିକାରୀ ଚରଣ ଧଳ, କୁଳମଣି ଦାସ, ଅଶୋକ କୁମାର ବିଶ୍ବାଳ,ସତ୍ୟ ନାରାୟଣ ସାହୁ,ପୁଷ୍ପାଞ୍ଜଳି ବିଶ୍ବାଳ, ଦିଲିପ କୁମାର ବେହେରା, ନରେନ୍ଦ୍ର କୁମାର ସ୍ୱାଇଁ,ମନୋରଞ୍ଜନ ବାରିକ ପ୍ରମୁଖ, କଟକ, ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର,ଆଦି ଵିଭିନ୍ନ ଜିଲ୍ଲାର ସଦସ୍ୟ ମାନେ ଯୋଗ ଦେଇଥିଲେ । କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।