ନବରଙ୍ଗପୁର(ସନ୍ଫ୍ଘର୍ଷ ମିଡିଆ) : – ସ୍ଥାନୀୟ ନବରଙ୍ଗପୁର ସ୍ଥିତ ତୃପ୍ତି ହୋଟେଲ ଠାରେ ଲlୟନ୍ସ କ୍ଲୁବ ନବରଙ୍ଗପୁର, ଲାୟନସ କ୍ଲୁବ ନନ୍ଦାହାଣ୍ଡି, ଓ କ୍ଲାସିକ ନବରଙ୍ଗପୁର ତରଫରୁ ମିଳିତ ଭାବେ ଲlୟନ୍ସ ଜିଲ୍ଲା ଗଭର୍ଣ୍ଣର ଭାବେ ନବନିର୍ବାଚିତ ଇଞ୍ଜିନିୟର ଲାୟନ ଦିଲ୍ଲୀପ ଦାଶ ଏବଂ ଲାୟନ ଡ଼ ସଂଯୁକ୍ତା ପଣ୍ଡା ଙ୍କ ସମ୍ବର୍ଦ୍ଧନା କରାଯାଇଥିଲା l ନବରଙ୍ଗପୁର ଲାୟନ୍ସ କ୍ଲୁବ ସଭାପତି ଲାୟନ ଜଗନ୍ନାଥ ମହାପାତ୍ର ଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଲାୟନ ଶ୍ରୀକାନ୍ତ ମହାନ୍ତି ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରି ମଞ୍ଚ ପରିଚାଳନା କରିଥିଲେ l ବରିଷ୍ଟ ଲlୟନ୍ସ ଡ଼ଃ ଧନଞ୍ଜୟ ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର, ଲାୟନ ଇଂଜିନିୟର ଦିଲ୍ଲୀପ ଦାଶ, ଲାୟନ ଡ଼ଃ ସଂଯୁକ୍ତା ପଣ୍ଡା ପ୍ରମୁଖ ମଞ୍ଚସିନା ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ନବନିର୍ବାଚିତ ଜିଲ୍ଲା ଗଭର୍ଣ୍ଣର ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନୁଷ୍ଠାନର ପ୍ରତିଷ୍ଠିତ ସଦସ୍ୟ ଲାୟନ ଡ଼ଃ ଧନଞ୍ଜୟ ପଟ୍ଟନାୟକ, ଲାୟନ ଶ୍ରୀକାନ୍ତ ମହାନ୍ତି, ଲାୟନ ପି ଏଲ ମୂର୍ତ୍ତି ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନବନିର୍ବାଚିତ ଗଭର୍ଣ୍ଣର ଆଗାମୀ ଦିନରେ ସମସ୍ତ ଙ୍କ ସାହାଯ୍ୟ ଓ ସହଯୋଗ ରେ କିଭଳି ଅନେକ ସମାଜ ଗଠନ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ଅନୁଷ୍ଠାନର ଗୌରବ ବୃଦ୍ଧି କରାଯାଇ ପାରିବ, ସେଥିପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ l ଶେଷରେ ନବରଙ୍ଗପୁର ଲାୟନ କ୍ଲୁବ ସମ୍ପାଦକ ଲାୟନ ଭୁବନେଶ୍ୱର ସୁର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ତିନୋଟି କ୍ଲୁବ ର ସମସ୍ତ ସଭ୍ୟ ସଭ୍ୟା ଯୋଗ ଦେଇ ଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.