ମା ଲଷ୍ମୀଙ୍କ ମନ୍ଦିରରୁ ୪ ଲକ୍ଷ ଟଙ୍କାର ଗହଣା ଚୋରି

7

Get real time updates directly on you device, subscribe now.

ବଡ଼ମ୍ବା(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବଡ଼ମ୍ବା ଥାନା ବନମାଳିପୁର ଗ୍ରାମରେ ଥିବା ମା ଲଷ୍ମୀଙ୍କ ମନ୍ଦିରରୁ ସୁନା ଓ ରୁପା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ 4 ଲକ୍ଷ ହେବ। ଘଟଣା ସ୍ଥଳରେ କଟକ ସାଇଣ୍ଟିଫିକ ଟିମ ସହ ବଡମ୍ବା ପୋଲିସର ତଦନ୍ତ ଜାରି।ସୂଚନା ଅନୁଯାୟୀ ବନମାଳୀପୁର ଗ୍ରାମରେ ଥିବା ମା ଲଷ୍ମୀଙ୍କ ମନ୍ଦିରରୁ ସୁନା ଓ ରୁପା ଗହଣା ଚୋରି ହୋଇଥିବା ପ୍ରଥମେ ପୂଜାରୀ ଜାଣିବା ପରେ ମନ୍ଦିର କମିଟିକୁ ଜଣାଇଥିଲେ। ମନ୍ଦିର କମିଟି ପ୍ରଥମେ ଗ୍ରାମରେ ସଭା ଡକାଇ ଗ୍ରାମବାସୀ ମାନଙ୍କ ମାଧ୍ୟମରେ ବହୁ ଖୋଜା ଖୋଜି କରିଥିଲେ।ଚୋରି ହୋଇଥିବା ଗହଣାର କୌଣସି ସନ୍ଧାନ ନପାଇବାରୁ ମନ୍ଦିର କମିଟି ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡମ୍ବା ପୋଲିସ ସହ କଟକ ସାଇଣ୍ଟିଫିକର ଡଗ ସ୍କ୍ୱାଡ଼ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More