ମା ଯଲନି ମାତା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

46

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ବେନୋରା ଗ୍ରାମ ପଞ୍ଚାୟତ ଅଧିନରେ ଟଙ୍କପୋକନା ଗ୍ରାମରେ ମା ଯଲନି ମାତା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛନ୍ତି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ଯୋଗଦେଇ ଉକ୍ତ ଖେଳ ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଆସନନ୍ଦ ସୁନା,କେସରୀ ସାନ୍ତା,ସଭାପତି ଶୁକ୍ରୁ ସାନ୍ତା,ରଇନୁ ସାନ୍ତା,ଗଙ୍ଗା ସାନ୍ତା,କମଳ ଲୋଚନ ସାନ୍ତା,ଅଭିରାମ ସାନ୍ତା,ରୂପୁ ସାନ୍ତା,କୁମା ସାନ୍ତା,ବଳି ସାନ୍ତା,ଲକ୍ଷ୍ମୂ ସାନ୍ତା ପ୍ରମୂଖ ଯୋଗଦେଇଥିବାବେଳେ, ତୁଳସୀ ରାମ କଲାର ଓ କ୍ରିଷ୍ଣା ମାଝୀ ଯୋଗଦେଇ ସୁନ୍ଦର ଭାବେ ଖେଳ ପରିଚାଳନା କରିଥିଲେ l ପ୍ରତି ଦଳ ଏଣ୍ଟ୍ରି ଫି ସାତ ଶହ ଟଙ୍କା ରଖାଯାଇ ଥିବାବେଳେ ଚବିଶି ଟି ଦଳ ନିଜ ନିଜର ଖେଳ ପ୍ରଦର୍ଶନ କରାଇ ଆସନ୍ତା କାଲି ତା ୧/୧୧ ୨୦୨୩ ରେ ଫାଇନାଲ ଖେଳ ସମାପନ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More