ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : ଚାରିଆଡ଼େ ଚାଲିଛି ଶକ୍ତି ଆରାଧନା ଧୂପ,ଦୀପ କର୍ପୁର ,ଭାସ୍କର ,ନୈବେଦ୍ୟ ଆଦିର ସୁଗନ୍ଧରେ ଉଛୁଳି ପଡୁଛି ପରିବେଶ।ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା।ତାରି ଭିତରେ ଜିଲ୍ଲାର ଦେବୀ ଦୁର୍ଗାଙ୍କ ଭିନ୍ନ ଏକ ରୂପ ମା ମାହେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା ଚାଲିଛି। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଲେହେଡି ଗ୍ରାମର ଅନନ୍ୟ ଶକ୍ତିପୀଠ ମାଁ ମାହେଶ୍ବରୀଙ୍କର ଷୋଳପୁଜାର ଆୟୋଜନ କରାଯାଇଛି।ତେବେ ଆଶ୍ବିନ ମାସରେ ମୁଳାଷ୍ଠମୀଠାରୁ ମାଁଙ୍କ ଶଡୋଷ ଉପଚାରରେ ପୁଜା ହୋଇଆସୁଥିବା ବେଳେ ଆଜି ମାଁଙ୍କ ସ୍ନାନ ଯାତ୍ରା ଆୟୋଜିତ ହୋଇ ଯାଇଛି ।ପୁଅ ଜୁଇନ୍ତିଆରୁ ଆରମ୍ଭ କରି ଭାଇ ଜୁଇନ୍ତିଆ ଯାଏଁ ମା ମାହେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା କରାଯାଏ।ତେବେ ଶୁକ୍ଳ ଅଷ୍ଟମୀ ତିଥିରେ ଦେବୀଙ୍କ ଛତ୍ର ଓ ଆଲଟ ଏକ ଶୋଭାଯାତ୍ରାରେ ମହାନଦୀକୁ ସ୍ନାନ ଯାତ୍ରାରେ ଯାଇଥାନ୍ତି।ଏହି ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ଲୋକବାଦ୍ୟ ,ଲୋକ ସଙ୍ଗୀତ ତଥା ସାମରିକ କଳାରେ ଭରପୁର ବାଡ଼ି ଖେଳ ବି ଦେଖିବାକୁ ମିଳିଥାଏ।ତେବେ ଆଜି ମା ମାହେଶ୍ବରୀଙ୍କ ପାଖରେ ନାବାନ୍ନ ସମର୍ପଣ କରିବାର ପରମ୍ପରା ବି ଚାଲି ଆସିଛି ।ଦେବୀଙ୍କ ସ୍ନାନ ଯାତ୍ରା ପରେ ଷୋଡଶ ଉପଚାର ପୂଜାବିଧିର ପୂର୍ଣାହୁତି ହେଉଥିବା ବେଳେ ଭଉଣୀ ମାନେ ଦେବୀ ଦୁର୍ଗାଙ୍କ ପାଖରେ ଭାଇ ଜୁଇନ୍ତିଆ ପର୍ବ ପାଳନ କରିବାର ବିଧି ରହିଛି।ଭଉଣୀ ମାନେ କାୟ ମନୋବାକ୍ୟରେ ନିର୍ଜଳା ଉପବାସ କରି ଭାଇ ମାନଙ୍କ ମଙ୍ଗଳ ପାଇଁ ଏହି ଓଷା କରିଥାନ୍ତି।ତେବେ ଆଜି ଜିଲ୍ଲାର ଅନ୍ୟତମ ଲେହେଡିର ମା ମାହେଶ୍ୱରୀ ପୀଠରେ ରୀତିନୀତି ଅନୁଯାୟୀ ସ୍ନାନ ପର୍ବ ପାଳନ କରାଯାଇଥିବା ବେଳେ କୋଭିଡ ନିୟମ ପାଳନ କରିବା ପାଇଁ ସେବାୟତ ଓ ମନ୍ଦିର ପରିଚାଳନା କମିଟି ଶ୍ରଦ୍ଧାଳୁଂକୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।