ମା ଭୈରବୀଙ୍କ ମହୋତ୍ସବ ପାଇଁ ମନ୍ତ୍ରୀଙ୍କ ଦ୍ୱାରା ଲୋଗୋ ଉନ୍ମୋଚନ

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ,,.ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ଦ୍ବିତୀୟ ମହୋତ୍ସବ ପାଇଁ ଲଗୋ ମାଁ ଭୈରବୀଙ୍କ ପିଠରେ ମୁଖ୍ୟ ଅତିଥି ବୌଦ୍ଧ ବିଧାୟକ ତଥା ରାଜ୍ଯ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ପାନୀୟଜଳ ଏବଂ ଜଙ୍ଗଲ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। 2019 ମସିହାରେ ଆରମ୍ଭ ହୋଇଥିବା ମାଁ ଭୈରବୀଙ୍କ ମହୋତ୍ସବ କରୋନା କଟକଣା ଯୋଗୁ ଦୁଇ ବର୍ଷ ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ ପୁନର୍ବାର ଏହି ମହୋତ୍ସବ ଅନୁଷ୍ଠିତ ହେବା ନେଇ ବେଶ୍ ଖୁସି ଅଛନ୍ତି ଅଞ୍ଚଳବାସୀ । କମିଟି ର ନିଷ୍ପତ୍ତି କ୍ରମେ ଚଳିତବର୍ଷ ନଭେମ୍ବର 22 ରୁ ଆରମ୍ଭ ହୋଇ 26 ଉଦଯାପିତ ହେବ ମହୋତ୍ସବ । ପାଞ୍ଚ ଦିନ ଧରି ମହୋତ୍ସବର ବେଶ୍ ମଜା ନେବେ ଦର୍ଶକ। ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ, ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲା, ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହ୍ନର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ପୁରୁଣା କଟକ ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀ ଙ୍କ ସମେତ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଏବଂ ସତାଧିକା ଭକ୍ତ ଉପସ୍ଥିତ ଥିଲେ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More