ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପ୍ରତିବର୍ଷ ପରି ଚଳିତ ବର୍ଷ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଆସନ୍ତା ନଅ ଦିନ ଧରି ମା ବିଭିନ୍ନ ରୂପରେ ପୂଜା ପାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମନ୍ଦିର ପ୍ରାଙ୍ଗଣକୁ ସୁସଜିତ କରାଯାଇଛି । ଭିଓ -୧- ବାଜାବାଜଣା , ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନି ରେ ପ୍ରକମ୍ପିତ ନବରଙ୍ଗପୁର ସହରର ମା ଭଣ୍ଡାରଘରଣୀଙ୍କ ପୀଠ । ମନ୍ଦିର ପ୍ରାଙ୍ଗଣ ଚଳଚଞ୍ଚଳ ହୋଇଉଠିବା ସହ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା । ନବରାତ୍ରୀ ପୂଜା ର ଆରମ୍ଭରେ ମାଁଙ୍କ ପାଟ ଖଣ୍ଡାକୁ ଏକ ବିଶାଳଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ସ୍ଥାନୀୟ ପ୍ରତାପ ସାଗର ପୋଖରୀ ରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଟ ଖଣ୍ଡାକୁ ମହାସ୍ନାନ କରାଯାଇ ପୁଣି ମନ୍ଦିରକୁ ଅଣାଯାଇଥିଲା । ମନ୍ଦିରରେ ପାଟଖଣ୍ଡାକୁ ମାଁ ନିକଟରେ ଅବସ୍ଥାପିତ କରାଇଥିଲେ ମୁଖ୍ୟ ପୂଜକ । ଏହା ପରେ ମାଁଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଆରମ୍ଭ ହୋଇଛି ପୂଜା । ଏହି ନବ ଦିନ ପୂଜା ସମୟରେ ପ୍ରତ୍ୟେକ ଦିନ ମାଁ ଙ୍କ ଭିନ୍ନ ଭିନ୍ନ ପ୍ରକାର ପୂଜା କରାଯାଇଥାଏ । ସେଥିମଧ୍ୟରୁ ସନ୍ଧି ପୂଜା ଓ ଚଣ୍ଡୀ ପାଠ ଅନ୍ୟତମ । ମା ଭଣ୍ଡାରଘରଣୀଙ୍କ ଅନ୍ୟ ଏକ ବିଶେଷତ୍ୱ ହେଉଛି ପ୍ରତ୍ୟେକ ଦିନ ମା ପଶ୍ଚିମାଭିମୁଖୀ ହୋଇ ପୂଜା ପାଉଥିବା ବେଳେ ଏହି ନବଦିନାତ୍ମକ ପୂଜା ସମୟ ରେ ମା ପୂର୍ବାଭିମୁଖୀ ହୋଇ ପୁଜା ପାଇବେ । ମାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି lଏହି ଅବସରରେ ଶ୍ରଦ୍ଧାଳୁ ମାନେ ମାଁ ଙ୍କ ନିକଟରେ ଦୀପ ଦାନ କରି ମନସ୍କାମନା ପୂରଣ ସକାଶେ ପୂଜା କରିଥାନ୍ତି । ଚଳିତ ବର୍ଷ ମା ଙ୍କ ପାଖରେ ୧୦୦୮ ଟି ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଛି।ପ୍ରତ୍ୟେକ ସନ୍ଧ୍ୟା ସମୟରେ ଦୀପ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ମନ୍ଦିର ରେ ଜମିଥାଏ । ଏହି ନଅ ଦିନ ରେ ମାନସିକ ଧାରୀ ମାନେ ରୀତିନୀତି ରେ ପୂଜାର୍ଚ୍ଚନା କରି ଉପବାସ ରହି ମନ୍ଦିର ରେ ପୂଜା କରିଥାନ୍ତି । ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଅନ୍ଦ୍ରପ୍ରଦେଶର ଭକ୍ତ ଆସି ମା ଙ୍କ ଆଶିଷ ଲାଭ କରିବା ସହ କଳାହାଣ୍ଡି , କୋରାପୁଟ ଭଳି ଅନ୍ୟ ଜିଲ୍ଲାର ଭକ୍ତ ମାନେ ମଧ୍ୟ ଆସି ମା କୃପା ଲାଭ କରିଥାନ୍ତି। ଚଳିତ ବର୍ଷ ମନ୍ଦିର କମିଟି କୁ ୨୫ ବର୍ଷ ପୁର୍ତ୍ତ ହୋଇଥିବାବେଳେ ଏବର୍ଷ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି । ପୂଜା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଅଧିକ ରହୁଥିବାରୁ ମନ୍ଦିରରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ନବରାତ୍ରୀ ପୂଜାକୁ ନେଇ ମା ଭଣ୍ଡାର ଘରଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ବେଳେ ସାରା ନବରଙ୍ଗପୁର ଉତ୍ସବମୁଖର ହୋଇ ଉଠିଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l