ମା ଭଗବତୀଙ୍କ ପୀଠରେ ୧୩ତମ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ଗ୍ରାମପଞ୍ଚାୟତ ଗେଲପୁର ଗ୍ରାମରେ ମା ଭଗବତୀ ଙ୍କ ପୀଠରେ 13ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଭକ୍ତ କଳସଯାତ୍ରା ରେ ଭାଗନେଇଥିଲେ।ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲଉଡି ଖେଳ ପରିବେଷଣ କରାଯାଇଥିଲା।ପୂର୍ଣ୍ଣାହୁତି ରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।ପୂର୍ଣ୍ଣାହୁତି ଶେଷ ରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଓ ତାଙ୍କ ଟିମ ଭଜନ ପରିବେଷଣ କରାଯାଇଥିଲା।।ସଭାରେ ଭଜନ ମା ଶାରଳା ର ପୁରା ଟିମ କୁ ଗେଲପୁର ମା ଭଗବତୀ ପୂଜା କମିଟି ପକ୍ଷରୁ ଫୁଲତୋଡ଼ା ଓ ଓତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ଣ୍ଣାହୁତି ପରେ ଭକ୍ତମାନେ ଅନ୍ନପ୍ରସାଦ ଖାଇଥିଲେ।ମା ଭଗବତୀ ଙ୍କ ପୀଠସ୍ଥଳୀ ଭଜନ କୀର୍ତ୍ତନ, ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହୋଇ ଉଠୁଥିଲା। କଟକ ଜିଲ୍ଲା ନାହାଳପୁର ପଞ୍ଚାୟତରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More