ମା ବୁଢାରଜା ପୀଠରେ ଉଆଁସ ବଳୀ ଯାତ୍ରା ଅନୁଷ୍ଠିତ ,ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

11

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : ସୁବର୍ଣ୍ଣପୁରର ବୁଢାରଜା ପୀଠରେ ଉଆଁସ ବଳୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ମା ସୁରେଶ୍ୱରୀଙ୍କ ମନ୍ଦିର ଠାରୁ ସମଲେଇ ମନ୍ଦିର ଯାଏ ଶୋଭାଯାତ୍ରାରେ ବାଉତି ଛତ୍ର ଯାଇ ଶେଷରେ ମା ବୁଢାରଜାଙ୍କ ପୀଠକୁ ପହଂଚିଥିଲା l ସେଠାରେ ସୋନପୁରର କୁଲି ସମ୍ପ୍ରଦାୟର ଲୋକେ ମାଙ୍କ ଠାରେ ରୀତି ନୀତିରେ ପୂଜା ଵିଧି କରିଥିବା ବେଳେ ଦୂର ଦୁରାନ୍ତର ମାନସିକ କରିଥିବା ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଏଠାରେ ମାଙ୍କୁ ଦର୍ଶନ କରି ମାଙ୍କ ଠାରେ କୁକୁଡ଼ା ଓ ବୋଦା ବଳୀ ଅର୍ପଣ କରିଥିଲେ l ଆଜିର ଏଇ ପୂଜା ରେ କୁଲି ସମାଜ ର ପୂଜକ ଶ୍ୟାମ ସୁନ୍ଦର ମେହେର, ବାଳ ମୁକୁନ୍ଦ ମେହେର, ମୋତିରାମ ମେହେର, ମନୋଜ ମେହେର, ପ୍ରମୁଖ ନିଷ୍ଠା ର ସହିତ ପୂଜା ଵିଧି କରିଥିବା ବେଳେ ବୁଢାରଜା ୟୁଥ ଏସୋସିଏସନ ର ଶିବଶଙ୍କର ନାଏକ, ଚିତରଞନ ଭୋଇ ସୂଯॆ ନାଏକ, ଶାବନ କୁମାର ନାଏକ ଏବଂ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ଓ ସେମାନଙ୍କ ପଚେଷଟାରେ ସକାଳ 10 ଘଣ୍ଟାରେ ଗାୟିକା ପ୍ରାପ୍ତି ଆଚାର୍ଯ୍ୟ ଓ ସାଥିଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ଓ ପରାୟଣ ପରିବେଷଣ କରାଯାଇଥିବା ବେଳେ ଦିବା 4 ଟା ବେଳେ କୀର୍ତନ ବୈଠକି ଏବଂ ରାତି 8 ଟା ବେଳେ ସମ୍ବଲପୁରୀ ମେଲୋଡି ଅନୁଷ୍ଠିତ ହୋଇଥିଲା l ଏବଂ ଏହି ପୀଠରେ ରାତି 1ଟା ବେଳେ ବୁଢାରଜା ବଳୀ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ପୂଜକ ଦୀପକ ପୁରୋହିତ ରୀତି ନୀତି ରେ ପୂଜା କରିଥିବା ବେଳେ ରାତି 3 ଟା ବେଳେ ମା ବୁଢ଼ୀ ସମଲେଇ ବାଟ ଦେଇ ମା ସମଲେଇ ମନ୍ଦିର କୁ ବଳୀ ନାଚି ନାଚି ପ୍ରତ୍ୟବର୍ତ୍ତନ କରିଥିଲେ l l ଭକ୍ତଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଯାତ୍ରା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୁଙ୍ଖଳା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା l ଏବଂ ଦେବୋତ୍ତର ବିଭାଗ ଅଧିକାରୀ, କମିଟି ସଦସ୍ୟ ଶ୍ରୀବତ୍ସ ମଲ୍କିକ, ଲଡ଼ୁକିଶୋର ମଲ୍କିକଙ୍କ ସମେତ ସମସ୍ତ ସେବାୟତ ଓ ବୁଢାରଜା କ୍ଲବ ସଭ୍ୟ ସହଯୋଗ କରିଥିଲେ l ଆଶ୍ୱିନ ମାସ ଅମାବାସ୍ୟା ଠୁଁ ପ୍ରତିପତା ଦୀର୍ଘ ପନ୍ଦର ଦିନ ଯାଏ ସୁବର୍ଣ୍ଣପୁରର ଅଷ୍ଟ ଚଣ୍ଡୀ ଦେବୀ ମାନଙ୍କ ପୀଠରେ ଏହି ପ୍ରସିଦ୍ଧ ବଳୀଯାତ୍ରା ଖୁବ ଯାକ ଯମକ ରେ ଅନୁଷ୍ଠିତ ହୋଇଥାଏ l ବଳୀ ଯାତ୍ରା, ଦୁର୍ଗା ପୂଜା, ଗଜଲଷ୍ମୀ ଓ କାଳୀ ପୂଜା ଯାଏ ସୁବର୍ଣ୍ଣପୁର ସହର ଚଳ ଚଞ୍ଚଳ ହୋଇ ଉଠିଥାଏ ଏବଂ ସୁବୁଆଡେ ଦହି ଦହନାର ମହ ମହ ବାସ୍ନା ଛୁଟିଥାଏ l ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More