ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ର ସରlଗୁଡା ଗ୍ରାମ ସଦର ମହକୁମା ରେ ଆଜି ମହା ସମାରୋହରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି l ଏହି ଅବସରରେ ଆଖ ପାଖ ଦେବା ଦେବୀଙ୍କ ପ୍ରତୀକ ଲାଠି କୁରୁଚି ଗ୍ରାମ ପରିକ୍ରମା କରି ମା ପେଣ୍ଡ୍ରାଣୀ ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚି ଜଗଦୀଶ ପୁଝାରୀଙ୍କ ଦ୍ଵାରା ପୂଜାର୍ଚନା କରାଯାଇଥିଲା lପୂଜାରୀ, ଶିରା ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରି ଥିବା ବେଳେ ଉକ୍ତ ଯାତ୍ରାରେ ବହୁ ଉଠା ଦୋକାନୀ ମାନଙ୍କ ଭିଡ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା lଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ରାତ୍ରୀରେ ମନୋରଞ୍ଜନ ନିମନ୍ତେ କୋରାପୁଟ ଜିଲ୍ଲାରୁ କଟରିଗୁଡl ଗ୍ରାମର ମା ତାରେଣୀ ନାଟ୍ୟ ସଂଘ କର୍ଣ୍ଣ ଗୁରୁଙ୍କ “ମୋ ପ୍ରେମିକା ଦେଲା ପ୍ରେମରେ ଧକ୍କା” ନାଟକ ପ୍ରଦର୍ଶନ କରାଯିବ l ଉକ୍ତ ଯାତ୍ରାର କମିଟି ବୃନ୍ଦଙ୍କ ମଧ୍ୟରେ କପୁର ଚନ୍ଦ୍ର, ଲାଇବନ,ଚୈତନ୍ୟ, ଚନ୍ଦ୍ର, ଶୁକଦେବ, କୈଳାଶ, ସଦା, ଅଭି,ନରହରି, ସନlଧର,ନରସିଂ,ଗୁରୁବାରୁ,ବଇସୂ ପ୍ରମୁଖ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତି ସହଯୋଗ ରେ ସରସ ସୁନ୍ଦର ହୋଇ ପାରିଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More