ମା ନାରାୟଣୀଙ୍କ ପୀଠରେ ଚତୁର୍ଦ୍ଦଶ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ଅଧିଷ୍ଠାତ୍ରୀ ଦେବୀ ମା ନାରାୟଣୀଙ୍କ ଚତୁର୍ଦ୍ଦଶ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ସାତ ଗୋଟି ସାହିର ସମସ୍ତ ଲୋକ ଏକତ୍ରିତ ହୋଇ ପାଞ୍ଚ ଦିନ ଧରି ମାଙ୍କ ପୀଠରେ ଅନ୍ନପ୍ରସାଦ ଖାଇଥାନ୍ତି। ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥାଏ।ଗ୍ରାମବାସୀଙ୍କ କହିବାକଥା ମାଙ୍କର ମହିମା ଅପାର।ଯିଏ ଯାହା ମାନସିକ କରିଥାନ୍ତି ତାହା ନିଶ୍ଚୟ ପୂରଣ ହୋଇଥାଏ।ପୀଠସ୍ଥଳୀରେ ପାଞ୍ଚ ଦିନ ଧରି ପ୍ରବଚନ ,ଲଉଡି ଖେଳ ଓ ନାମ ସଂକୀର୍ତ୍ତନ ଭକ୍ତମାନେ ଭକ୍ତିପୂର୍ଣ ଭାବରେ ଦେଖିଥିଲେ।ଗ୍ରାମର ଦୀନବନ୍ଧୁ ଜେନା,ନବକିଶୋର ମନ୍ତ୍ରୀ,ଅଶୋକ ଭଟ, କ୍ଷୀରୋଦ ଭଟ,ସତ୍ୟନାରାୟଣ ଦାସ,ନାରାୟଣ ପ୍ରଧାନ, ପବିତ୍ର ରାଉତ,ବେଣୁଧର ଭଟ,ରାମଚନ୍ଦ୍ର ଭଟ,ସୁବାଷ ଚନ୍ଦ୍ର ଭଟ,ବ୍ରଜବନ୍ଧୁ ରାଉତ ପ୍ରମୁଖ ଓ ଗ୍ରାମବାସୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ହୋଇଥିଲା।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More