ମା ନାରାୟଣୀଙ୍କ ପୀଠରେ ଚଣ୍ଡିଯଜ୍ଞ ଅନୁଷ୍ଠିତ

10

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଜିଲ୍ଲା ସଦର ମହକୁମା ସ୍ଥିତ ରାୟଗୁରୁ ପଡ଼ାର ମାତା ନାରାୟଣୀଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଏକ ଚଣ୍ଡୀଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ପୀତବାସ ମିଶ୍ର ଯୋଗ ଦେଇ ଥିବାବେଳେ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ଏଠାରେ ପୂଜକ ଭାବରେ ସମସ୍ତ ଦାୟିତ୍ୱ ସମ୍ପନ୍ନ କରିଥିଲେ ସେହିପରି ଯଜ୍ଞରେ ବିଧାନଚନ୍ଦ୍ର ପାଣିଗ୍ରାହୀ,ପ୍ରଦୀପ ଷଡ଼ଙ୍ଗୀ, ନିଳାମ୍ବର ଶତପଥୀ,ଶରତ ଶତପଥୀ, ମନୋରଞ୍ଜନ ମିଶ୍ର, ମଣ୍ଟୁ ମିଶ୍ର, ମୁନା ରାୟଗୁରୁ, ନାଦୁ ରାୟଗୁରୁ, ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଯଜ୍ଞ କାର୍ଯ୍ୟରେ ବସିଥିଲେ । ଏହି ଅବସରରେ ରାୟଗୁରୁ ପଡ଼ାର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ। ପ୍ରତିବର୍ଷ ଚୈତ୍ର ମାସରେ ଏହି ଚଣ୍ଡୀ ଯଜ୍ଞ ପଡ଼ାବାସୀମାନେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥାନ୍ତି। ବିଶ୍ୱାସ ଅଛି ଯେ ଏହାଦ୍ୱାରା ଜଗତର କଲ୍ୟାଣ ହେବା ସହ ପଡ଼ାବାସୀ ସୁଖ ସୁବିଧାରେ ରହିଥାନ୍ତି ବୋଲି ବିଶ୍ୱାସ ରହିଛି। ଯଜ୍ଞ ସମାପନ ପରେ ସମସ୍ତ ଭକ୍ତ ବୃନ୍ଦ ସହ ପଡ଼ାବାସୀ ସାମୁହିକ ପ୍ରସାଦ ସେବନ କରିଥିଲେ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦ୍ୱାରା ଭାଇଚାର ଓ ଏକତା ସ୍ଥାପନ ସୁଦୃଢ ହୋଇପାରିଥାଏ ଏବଂ ମନରେ ଏକ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥାଏ ବୋଲି ପଡ଼ା ବାସୀଙ୍କ ବିଶ୍ୱାସ ରହିଛି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More