ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଦଶ ଗୋଟି ବ୍ଳକ ସହ କେତେକ ପଞ୍ଚାୟତରେ ମା ଙ୍କ ପୂଜା ଚାଲୁ ରହିଥିବା ବେଳେ ଡାବୁଗାଁ ବ୍ଲକ ସଦରମହକୁମା ଠାରେ ରବିବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି | ଆଜି ମାଙ୍କ ଅଷ୍ଟମୀ ପୂଜା ଶେଷ ହୋଇଥିଲା | ଏକ ଆକର୍ଷଣୀୟ ମୂର୍ତ୍ତି ସହ ଆକର୍ଷଣୀୟ ତୋରଣ ଏବଂ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ଡାବୁଗାଁ ସହର | ମାଙ୍କ ପୂଜା ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହେଉଛି | ଏହି ପୂଜାରେ କର୍ତ୍ତାଭାବେ ବିକାଶ ରଞ୍ଜନ ନିଶଙ୍କ, ଜି. ଜଗନ୍ନାଥ ରାଓ ଓ ଟି. ଜୁଗୁନୁ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି | ଏଥିରେ ମୁଖ୍ୟ ପୂଜକ ଶିବ କୁମାର ପଣ୍ଡା ଙ୍କ ସହ ସହଯୋଗୀ ସୁନୀଲ ରଥ, ଶାନ୍ତନୁ ପାତ୍ର ଓ ସୁଶାନ୍ତ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରୁଛନ୍ତି | ସୋମବାର ମାଁ ଙ୍କ ନବମୀ ପୂଜା ଓ ମଙ୍ଗଳବାର ମାଁ ଙ୍କ ଦଶମୀ ପୂଜା ଅନୁଷ୍ଠିତ ହେବ | ଆଜି ସନ୍ଧ୍ୟାରେ ଡାବୁଗାଁ ର ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଓ ତାଙ୍କର ସପରିବାର ଆସି ମାଁ ଦୂର୍ଗା ଙ୍କ ଦର୍ଶନ କରିଥିଲେ |ଭକ୍ତ ମାନଙ୍କୁ ଆକର୍ଷିତ କରୁଛି ଆକର୍ଷଣୀୟ ଗେଟ୍, ଆଲୋକମାଳା ର ତୋରଣ ସହିତ ମା ଙ୍କ ଉଜ୍ୱଳମୟ ମୃଣ୍ମୟ ମୂର୍ତ୍ତି l ଉକ୍ତ ପୂଜା କମିଟି ସଭାପତି ଜି. ଗୋପାଳକୃଷ୍ଣ ରାଓ, ସମ୍ପାଦକ ସୁରେନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଏମ. ସୂର୍ଯ୍ୟ ନାରାୟଣ ଶୁବୁଦ୍ଧି, ସଭ୍ୟ ଦିବ୍ୟରଞ୍ଜନ ରାୟପାତ୍ର, ଜି. ସାଇରାଜୁ,କୈଳାସ ଚନ୍ଦ୍ର ବିଶୋଇ, ଆଶୁତୋଷ ଜେନା,ଟୁକୁ ବିଶୋଇ ,ବଲ୍ଲଭନାରାୟଣ ପଣ୍ଡା, ଗୁପ୍ତ ବିଶୋଇ, କୁନୁ ପାତ୍ର, ଡି.ଚନ୍ଦ୍ରଶେଖର ରାଓ,ସୌଭାଗ୍ୟ ବିଶ୍ଵାଳ, ସୁରେଶ ଚନ୍ଦ୍ର ବେହେରା ପ୍ରମୁଖ ସହ ଅନ୍ୟମାନଙ୍କ ସହଯୋଗରେ ସରସ ସୁନ୍ଦର ହୋଇ ଉଠିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l