ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ୯ ଦିନ ବ୍ୟାପୀ ମାଁ‘ ଠାକୁରାଣୀ ଙ୍କ କଳସ ଯାତ୍ରା ସୋମବାର ଶୁଭାରମ୍ଭ ହୋଇଯାଇଛି | ଆଜି ସନ୍ଧ୍ୟାରେ ମା ଠାକୁରାଣୀ ଙ୍କ କଳସୀ ମଣ୍ଡପ ଠାରୁ ବାହାରି ମାଁ ଠାକୁରାଣୀ ମନ୍ଦିରର ପୋଖରୀରୁ ପୂଜାର୍ଚ୍ଚନା କରି ୫ଟି କଳସ ଓ ଭୈରବ ଦେବଙ୍କ ଗୋପା ୬ଟି ଝିଅ ମୁଣ୍ଡରେ କଳସ,ଗୋପାକୁ ବୋହି ବହୁ ଆଡମ୍ବରରେ ପାପଡାହାଣ୍ଡର ବାଙ୍କସରଗି ଗ୍ରାମର ବ୍ୟାଣ୍ଡ ପାର୍ଟି, କଳାହାଣ୍ଡିର କୋକସରା ପାଖ କାସିବାହାଲ ଗ୍ରାମର ଘୁମୁରା ନାଚ,କୋସାଗୁମୁଡା ପାଖ ବାସିନିଗୁଡା ଗ୍ରାମର ଢ଼େମସା ନାଚ,ଗ୍ରାମର ସଙ୍କିର୍ତନ ଦଳ ସହ ଗ୍ରାମର ଶ୍ରଧାଳୁ ଯୁବକ ଭକ୍ତ ବୃନ୍ଦ ଙ୍କ ଦ୍ୱାରା ନାଚ ହୋଇ ଯାତ୍ରା ବାହାରି ବାଜା ବଜାଇ ବାଣ ଫୁଟାଇ ଗ୍ରାମ ମଧ୍ୟରେ ଥିବା ମାଁ ଙ୍କ କଳସୀ ମଣ୍ଡପ ଠାରେ ପହଞ୍ଚି ମାଙ୍କୁ ରାତ୍ରି ୧୦ ଘଣ୍ଟା ୩୦ ମିନିଟ ରେ ସ୍ଥାପନା କରାଯାଇଥିଲା | ସେଠାରେ ମାଙ୍କୁ ସ୍ୱାଗତ କରି ମାଙ୍କ ପାଖରେ ନାରିକେଳ ଫଟାଇ ଭୋଗ ନୈବେଦ୍ୟ ପ୍ରଦାନ କରି ଥିଲେ। ଏହି ଯାତ୍ରା ଆଜିଠାରୁ ୯ ଦିନ ଧରି ଚାଲିବ | କରୋନା ପାଇଁ ଯାତ୍ରା ୨ ବର୍ଷ ବନ୍ଦ ରହିଥିଲା | ଚଳିତ ବର୍ଷ କଳସ ଯାତ୍ରା ବହୁ ଆଡମ୍ବରରେ ଯାତ୍ରା କମିଟିଙ୍କ ପ୍ରଚେଷ୍ଟାରେ ଭକ୍ତ ମାନଙ୍କ ନୃତ୍ୟରେ କମ୍ପି ଉଠିଥିଲା ଡାବୁଗାଁ ସହର | ୯ ଦିନ ବ୍ୟାପୀ ହେବାକୁ ଥିବା କଳସୀ ଯାତ୍ରା ପାଇଁ କଳସୀ ମଣ୍ଡପ କୁ ବିଭିନ୍ନ ଆଧୁନିକ ଆଲୋକମାଳାରେ ସାଜସଜା କରଯାଇଥିଲା ବେଳେ ବିଭିନ୍ନ ପ୍ରକାରର ଆଲୋକ ମାଳା ର ତୋରଣ ଗୁଡିକ ତିଆରି କରାଯାଇ ସମସ୍ତ ଭକ୍ତଙ୍କ ମନକୁ ମୋହିଦେଉ ଥିଲା।| ଡାବୁଗାଁ କଳସୀ ମଣ୍ଡପ ଆଲୋକ ମାଳାରେ ଝଲସି ଉଠିଛି | ଏହି କଳସ ଶୋଭାଯାତ୍ରାରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ ଭକ୍ତ ଉପସ୍ଥିତ ଥିଲେ |ମାଙ୍କ କକସ ଆଣିବା ଯାତ୍ରାରେ ଭଗତ ପୁଝାରି, ଦୂର ପୁଝାରି,ଚୈତନ୍ୟ ପୁଝାରି,ହିରନ୍ ପୁଝାରି,ପୁର୍ଣ ପୁଝାରି ଙ୍କ ସମେତ ସମସ୍ତ ସିରାଙ୍କ ସହଯୋଗ ରହିଥିବା ବେଳେ ଡାବୁଗାଁ ଥାନା ଅଧିଙ୍କରୀ ଅଭିମନ୍ୟୁ ଦୂର୍ଗାଙ୍କ ତତ୍ବାବଧାନରେ ପୋଲିସ ସହଯୋଗରେ ଶାନ୍ତି ସ୍ରୁଙ୍ଖଳା ବଜାୟ ରହିଥିଲା।ଉକ୍ତ କଳସ ମଣ୍ଡପ ରେ ଶ୍ରୀ ଶ୍ରୀ ଭୈରବ ଦେବ,ମା ଡାବାଦେଇ,ମା ଠାକୁରାଣୀ,ପଡି ମାତା, ଓ ଦୁଲାରଦେଇ ମାଁ ଙ୍କ ପ୍ରତୀକ କଳସ ଓ ଭୈରବ ଦେବ ଙ୍କ ଗୋପା ମଣ୍ଡପ ରେ ଶୋଭା ପାଉଥିଲା। ରାତ୍ରିରେ ମନୋରଞ୍ଜନ ନିମନ୍ତେ ଦେଶିଆ ନାଟ୍ୟ ପ୍ରଦର୍ଶନ କରାଯାଇ ଥିଲା। ଏଥିରେ ଯାତ୍ରା କମିଟିର ସଭାପତି ସତ୍ୟରଞ୍ଜନ ପାତ୍ର, , ଉପ ସଭାପତି କୁନୁ ପାତ୍ର ଓ ମନୁ ରେଲି, ସମ୍ପାଦକ ଡାବୁଗାଁ ସରପଞ୍ଚ ବିନୋଦ ସଉରା, ଡଙ୍ଗରିଗୁଡା ସରପଞ୍ଚ ରାମ କୁମାର ଗଣ୍ଡ,କୋସାଧକ୍ଷ ପି. ନାଗା ରାଓ, ଉପଦେଷ୍ଟା କମିଟି ଦେବ ରାଜ ପାତ୍ର, ଏମ ଆପ୍ପା ରାଓ,ଜିଲ୍ଲା ପରିଷଦ ଜୋନ୍ ୨ର ସଭ୍ୟ ଗୁପ୍ତ ବିଶୋଇ,ଡାବୁଗାଁ ବ୍ଲକ ଅଧକ୍ଷା ବିଣା ମାଝୀ,ଜଗନ୍ନାଥ ରେଲି,ଭଗବାନ ଖୁଣ୍ଟିଆ,ଜୟନ୍ତ କୁମାର ପାତ୍ର, ଆର ପ୍ରକାଶ ରାଓ, ସହଯୋଗ କମିଟି ଡାବୁଗାଁ, ଡଙ୍ଗରିଗୁଡା ଓ ଉମୁରାହାଣ୍ଡି ଗ୍ରାମର ସମସ୍ତ ୱାର୍ଡ ସଭ୍ୟ ବୃନ୍ଦ ଙ୍କ ସହ ଡାବୁଗାଁ ସମିତି ସଭ୍ୟା ବାଲ ଯାନୀ, ଡଙ୍ଗରିଗୁଡା ସମିତି ସଭ୍ୟ ସଦାନନ୍ଦ ନାୟକ ଓ ଅର୍ଥ ସଂଗ୍ରହ କମିଟି ରେ ପି ଭୈରବ ରାଓ,ପପୁ ପାତ୍ର, ବିକ୍ରମ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।