ମା ଠାକୁରାଣୀଙ୍କ କଳସ ଯାତ୍ରା ଉଦଯାପିତ

9

Get real time updates directly on you device, subscribe now.

ନବରଙ୍ଗପୁର୍(ସଂଘର୍ଷ ମିଡିଆ) : – ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ପଞ୍ଚାୟତ ସଦର ଗ୍ରାମରେ ଆଜି ମାଆ ଠାକୁରାଣୀ କଳସ ଯାତ୍ରା ଉଦଯାପିତ ହୋଇଯାଇଛି | ସକାଳୁ ଆଜି ମାଆ ଠାକୁରାଣୀଙ୍କ କଳସ ମାଆ ମନ୍ଦିରରୁ ବାହାରି ନଗର ପରିକ୍ରମା କରି ସନ୍ଦ୍ୟା ସମୟରେ ମନ୍ଦିର ବେଢାରେ ପହଂଚି ଥିଲେ | ଏହାପରେ ମାଆ ଙ୍କପାଖରେ ଯେଉଁ ଭକ୍ତ ମାନେ ମାନସିକ କରି ଥିଲେ ସେମାନେ ମାଆଙ୍କୁ ଯାଚିଥିବା ଜିନିଷ ଆଣି ପହଞ୍ଚାଇଥିଲେ | ଏହି ଅବସରରେ ଗ୍ରାମର ମୁଖିଆ ନରେନ୍ଦ୍ର ପୂଜାରୀ, ଦିବାକର ନାୟକ, ସୁବାଷ ଚନ୍ଦ୍ର ମାଝୀ, ରଘୁନାଥ ଗୌଡ଼, ଚାଲାଣ ବଳି ମିର୍ଗାନ, ନୀଳାଚଳ ଭତ୍ରା, କୃତିବାସ ଗୌଡ଼, ମନୋଜ ଭତ୍ରା, କୈଳାଶ ମାଝୀ, ଇନ୍ଦ୍ର ଗୌଡ଼, ଲମ୍ବୁଧର ଭତ୍ରା , ନାରାୟଣ ନାୟକ, ଶ୍ରବଣ ଭତ୍ରା, ଡମୁ ବିନ୍ଧାଣି, ଭରତ ପୁଜାରୀ, ପ୍ରଫୁଲ୍ଲ ନାୟକ, ତୁଲାରାମ ହରିଜନ ଉପସ୍ଥିତ ରହି ଯାତ୍ରା କୁ ସୁରୁଖୁରୁରେ ପରିଚାଳନା କରିଥିଲେ | ଆଖ ପାଖର ଅଂଚଳ ଯଥା ମୋକିଆ, ବାରିଗୁଡ଼ା ଶିଲକଗୁଡା, ପୂଜାରି , ଚଲାଣ ଉପସ୍ଥିତ ରହି ମାଆ ଙ୍କର ରୀତିନୀତି ରେ ପୂଜାର୍ଜନା କରାଇଥିଲେ | ରାତିରେ ଭକ୍ତ ଙ୍କ ପାଇଁ ସୁଦୂର ଦୁର୍କାଗୁଡା ଗ୍ରାମର, କାହାକୁ କହିବି ଲାଜର ଗପ , ଭଲ ପାଇ ମୁଁ କରିଛି ପାପ , ସରୋଜ ଗୁରୁଙ୍କ ଏବଂ ଫାଂଫୁଣି ଗ୍ରାମର ଫେରିବକି ମୋର ସୁଖ ସପନ ପଦ୍ମନ ଗୁରୁଙ୍କ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି |
ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More