କଟକ(ସଂଘର୍ଷ ମିଡିଆ) : – କଟକ ସଦର ଥାନା ଅଞ୍ଚଳର ସଇଁଧା ନଛିପୂର୍ ଲକ୍ଷ୍ମୀ ଭସାଣି ପ୍ରତିବର୍ଷ ଭଳି ଏ ବର୍ଷ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ସେହି ଅଞ୍ଚଳରେ ହେଉଥିବା ଏଗାରଟି ଲକ୍ଷ୍ମୀ ମେଢ଼ ନଛିପୁର ଠାରେ ଏକତ୍ର ହୋଇ କ୍ରମାଗତ ଭାବେ ବିଭିନ୍ନ ପ୍ରକାର ବାଜା ରୋଷଣୀ କରି ଆସି ବାଲିସାହି ଠାରେ କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ହୋଇଥାନ୍ତି ।ଏହି ଭସାଣି କାର୍ଯ୍ୟକ୍ରମରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା ଯୋଗ ଦେଇଥିବା ବେଳେ ସଦର ପୋଲିସ୍ ସହଯୋଗରେ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।ଭଷାଣି ଉତ୍ସବରେ ଅଞ୍ଚଳ ର ଏଗାର ଗୋଟି ଲଷ୍ମୀ ମେଢ଼ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଗ୍ରାମବାସୀଙ୍କ ସହଯୋଗରେ ଗୋଟେ ପରେ ଗୋଟେ ମେଢ଼ ପାରମ୍ପରିକ ବାଜା,ରୋଷଣୀ,ଘୋଡା ନାଚ,ଗୋଟିପୁଅ ନାଚ,ଘଣ୍ଟ ଇତ୍ୟାଦି ବାଦ୍ୟରେ ଅଂଚଳ ପ୍ରକମ୍ପିତ ହୋଇଥିଲା।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।