ମା କ୍ଷେତ୍ରାଣୀଙ୍କ ବାସନ୍ତୀ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ଗ୍ରାମପଞ୍ଚାୟତ ଗୁଣାଦୋଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କ୍ଷେତ୍ରାଣୀଙ୍କ ପୀଠସ୍ଥଳୀରେ ବାସନ୍ତୀ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଆଖପାଖ ଅଞ୍ଚଳର ଶତାଧିକ ଭକ୍ତମାନଙ୍କ ମାଙ୍କ ପୀଠରେ ସମାଗମ ହୋଇଥିଲା। ଚଳିତ ବର୍ଷ ମାଙ୍କ ପୂଜା ପାଇଁ ଯୁବକମାନେ ଆଗେଇ ଆସିଥିଲେ।ପୀଠସ୍ଥଳୀ ରେ ଯାଦବ ପିଲାମାନଙ୍କ ଦ୍ଵାରା ଲଉଡି ଖେଳ ପରିବେଷଣ କରାଯାଇଥିଲା।ପୂର୍ଣ୍ଣାହୁତି ପରେ କୁମାର ପିଣ୍ଟୁଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। କୁମାର ପିଣ୍ଟୁଙ୍କ ସଙ୍ଗୀତ ଭକ୍ତମାନଙ୍କ ମନ ମୋହି ଥିଲା।ଶେଷରେ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ତା କରାଯାଇଥିଲା। ମନ୍ଦିରର ମହନ୍ତ ବିଷ୍ଣୁ ଚରଣ ମହାନ୍ତି,ସନ୍ତୋଷ କୁମାର ପ୍ରଧାନ, ସପନ ପ୍ରଧାନ, ଜ୍ଞାନରଞ୍ଜନ ପ୍ରଧାନ,ଚିତ୍ତରଞ୍ଜନ ପ୍ରଧାନ, ବାପୀନ ରାଉତ,ବିଶ୍ୱଜିତ ପ୍ରଧାନ, ଦୀପ୍ତିରଞ୍ଜନ ପ୍ରଧାନ, ସମୀର ସ୍ୱାଇଁ,କାହ୍ନା,ସୌରଭ,ଗୌରବ,ସୂର୍ଯ୍ୟ,ବିଶ୍ୱଜିତ ପ୍ରମୁଖ ମାଙ୍କ ପୂଜା ସୁଚାରୁ ରୂପେ ପରିଚାଳନା କରିଥିବାରୁ ଗ୍ରାମର ବୁଦ୍ଧିଜୀବୀ ମାନେ ପ୍ରସଂସା କରିଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More