ମାହାଙ୍ଗା ମହୋତ୍ସବରେ ଡ୍ୟୁଟି କରିବାକୁ ଆସିଥିବା ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

18

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ) : – ଡ୍ୟୁଟି କରିବାକୁ ଆସିଜନୈକ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏନେଇ ପରିବାର ଲୋକେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ଜିଗ୍ନିପୁର ଠାରେ। କଟକ ପୋଲିସ ହେଡ କ୍ବାଟରରେ କନେଷ୍ଟବଳ ଭାବେ ଶ୍ରୀନିବାସ ରାଉତ କାମ କରୁଥିଲେ। ଗତ 3ଦିନ ପୂର୍ବେ ମାହାଙ୍ଗା ମହୋତ୍ସବକୁ ଡ୍ୟୁଟି କରିବାକୁ ଆସି କ୍ୟାମ୍ପରେ ଥିଲେ। ତେବେ ଆଜି ସକାଳେ ତାଙ୍କୁ ରୁମରେ ଚେତା ଶୂନ୍ୟ ଅବସ୍ଥାରେ ଦେଖା ଯିବା ପରେ ସାଲେପୁର ପୋଲିସ, ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହଠାତ ଏଭଳି ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ତାଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି ମୃତ କନେଷ୍ଟବଳଙ୍କ ପରିବାର ଲୋକେ । ତେବେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More