ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

9

Get real time updates directly on you device, subscribe now.

ମାହାଙ୍ଗା ( ସଂଘର୍ଷ ମିଡିଆ ) : ଚଳିତ ମାଟ୍ରିକ ପରୀକ୍ଷାରେ ମାହାଙ୍ଗା ବ୍ଲକ ଅଂଚଳରୁ ଟପ୍ପର ହୋଇଥିବା ଦୁଇଜଣ ଛତ୍ର ଓ ଦୁଇଜଣ ଛାତ୍ରୀଙ୍କୁ କଟକ ଜିଲ୍ଲା ମାହାଙ୍ଗା ଖନ୍ଦୋଳ ଗ୍ରାମ ନିର୍ମାଣ ବିଭାଗ ଡ଼ାକବଙ୍ଗଳା ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମାହାଙ୍ଗା ପ୍ରେସ କ୍ଲବ ସଭାପତି ଦୀପକ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବ ମୁଖ୍ୟଅତିଥି ଭାବେ ସମାଜ ସେବି ରଜନୀକାନ୍ତ ପରିଡା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଶିବପ୍ରସାଦ ଜେନା, ଶିକ୍ଷୟତ୍ରୀ ସରସ୍ବତୀ ପରିଡା, ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଖୁଣ୍ଟିଆ, ସଂଗଠନ ସମ୍ପାଦକ ତାପସ ବିଶ୍ୱାଳ, ସମାଜସେବୀ ସଚିନ୍ଦ୍ର ସାହୁ, କୋଷାଧକ୍ଷ ରମେଶ ସାହୁ ପ୍ରମୁଖ ଯୋଗଦେଇ ମାହାଙ୍ଗା ବ୍ଲକ ସ୍ତରରେ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ର ସୌମ୍ୟରଂଜନ ପାଢ଼ୀ, ସିଦ୍ଧାର୍ଥ ଶଙ୍କର ବାରିକ ଛାତ୍ରୀ ଆଶାପ୍ରିୟଦର୍ଶିନୀ ରାଉଳ ଓ ସୁପ୍ରଭା ନାୟକ ଙ୍କୁ ମାନପତ୍ର ଟ୍ରଫି ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସାମ୍ବାଦିକ ପିକେ ବାରିକ ସଭା ପରିଚାଳନା କରିଥିବାବେଳେ ସାମ୍ବାଦିକ ଅଶୋକ ଦାସ, ଅମୀୟ ନାୟକ, ଚିତ୍ତରଞ୍ଜନ ନାୟକ, ଡମ୍ବରୁଧର ବେହେରା, କ୍ଷୀରୋଦ ବେହେରା, ବିକ୍ରମ ନାୟକ ପ୍ରକାଶ ବେହେରା, ପ୍ରେମାନନ୍ଦ ପରିଡା ପ୍ରମୁଖ ଯୋଗଦେଇ ମାଟ୍ରିକ ଟପ୍ପରଙ୍କୁ ବିଭିନ୍ନ ଉପାଦେୟତା ପରାମର୍ଶ ଦେଇଥିଲେ, ମାହାଙ୍ଗା ପ୍ରେସ କ୍ଲବର ଏଭଳି କାର୍ଯ୍ୟକ୍ରମକୁ ସାରା ମାହାଙ୍ଗାରେ ପ୍ରଶଂସା କରାଯିବା ସହ ଏହା ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଚର୍ଚ୍ଚା ହୋଇଛି|

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More