ମାସେ ନପୁରୁଣୁରୁ ଆଉ ଏକ ରାଜ ରାସ୍ତାରେ ଲୁଟ ଅଭିଯୋଗ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ରାଜରାସ୍ତାରେ ଦିନ ଦ୍ବିପହରରେ ଲୋକଙ୍କୁ ଲୁଟୁଛନ୍ତି ଲୁଟେରା। ଆଉ ପୋଲିସ ସାଜିଛି ଏଠି ଖାଲି ଦର୍ଶକ ! କଟକ-କେନ୍ଦ୍ରପଡା ରାସ୍ତା ର ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଲୁଟ୍। ତାହା ପୁଣି ଦିନ ଦୁହିପହରେ ! ପଟ୍ଟାମୁଣ୍ଡାଇ ଠାରେ ଏକ ବିଭାଘର ରେ ଯୋଗଦେବା ପାଇଁ ମହିଳା ଜଣଙ୍କ ତାଙ୍କ ସ୍ବାମୀ ଙ୍କ ବାଇକରେ ଯାଉଥିବା ବେଳେ, ପଛପଟୁ କଳାରଙ୍ଗର ଏକ ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଅତି କ୍ଷିପ୍ର ବେଗରେ ଆସି ମହିଳା ବେକରେ ପିନ୍ଧିଥିବା ସୁନା ଚେନ କୁ ଛିଣ୍ଡାଇ ନେଇ କେନ୍ଦ୍ରାପଡ଼ା ଆଡ଼କୁ ପଳାଇ ଯାଇଥିବା ଅଭିଯୋଗ ନିଶ୍ଚିନ୍ତକୋଇଲି ଥାନାରେ ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଲୁଟେରାଙ୍କ ଟେର ପାଇ ପାରିନି ନିଶ୍ଚିନ୍ତକୋଇଲି ପୋଲିସ। ଗତମାସ ୧୩ ତାରିଖ ରେ ଏହି ରାସ୍ତାର ରାଣୀପଡା ଛକ ନିକଟରୁ ଦିନ ଦ୍ୱିପ୍ରହରରେ ଏକ ମିକ୍ଚର ଗାଡ଼ିରୁ ଲୁଟେରା ବନ୍ଧୁକ ଦେଖାଇ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରି ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଘଟଣାରେ ସଂପୃକ୍ତି ଥିବା ଲୁଟେରାଙ୍କ ଟେର୍ ପାଇ ପାରିନି ନିଶ୍ଚିନ୍ତକୋଇଲି ପୋଲିସ। ଏହି ନିଶ୍ଚିନ୍ତକୋଇଲି ଥାନା ଟି କଟକ-କେନ୍ଦ୍ରାପଡା ରାସ୍ତାର ସଂଲଗ୍ନ ରେ ଅବସ୍ଥିତ ଥାଇ ମଧ୍ୟ, ଥାନାର ନାକ ତଳେ ଆଉ ଦିନର ଦ୍ବିପହରରେ ନିଧଡକ, ବେଧଡକ ଲୁଟେରା ଲୁଟୁଛନ୍ତି ସାଧାରଣ ଲୋକଙ୍କ ଧନକୁ। ଆଉ ବାଜି ଲାଗୁଛି ସାଧାରଣ ଲୋକଙ୍କ ଜୀବନ। ନିଶ୍ଚିନ୍ତକୋଇଲି ପୋଲିସ ବିଚ୍ ରାସ୍ତାରେ ଲୁଟେରା ଲୋକଙ୍କୁ ଲୁଟ୍ କରି ଗଲାପରେ ଘଟଣା ସ୍ଥଳକୁ ଯାଇ ଲୋକ ଦେଖାଣିଆ ତଦନ୍ତ ପରେ ତଦନ୍ତ କରୁଛି। ହେଲେ ତଦନ୍ତ ର ଫଳ ହେଉଛି ଶୂନ । ଯେଉଁଠି ଦିନ ଦ୍ବିପହରରେ ଥାନା ନାକ ତଳେ ଆଉ ପୋଲିସ ର ଆଖିରେ ଆଙ୍ଗୁଳି ଗେଞ୍ଜି ଲୁଟେରା ସାଧାରଣ ଲୋକଙ୍କୁ ଲୁଟି ବାରେ ସଫଳ ହେଉଥିବା ବେଳେ ପୋଲିସ ଖାଲି ଦର୍ଶକ ସାଜୁଛି ସେଠି ଦୋଷ ଦେବା କାହାକୁ ? ପୋଲିସ କୁ ନା ଆଇନି ଶୃଙ୍ଖଳା ର ଢିଲା ବ୍ୟବସ୍ଥା କୁ ? ବିଚାର ଆପଣ ମାନଙ୍କର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More