ମାଳତୀ ପାଟପୁର ୱାଟର ପାର୍କରେ ଦାଦବଟୀ ଆଦାୟ ଓ ବୋମା ମାଡ ଘଟଣା, ୭ ଗିରଫ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସଦର ଥାନ ଅନ୍ତର୍ଗତ ମାଳତୀ ପାଟପୁର ୱାଟର ପାର୍କରେ ଦାଦବାଟୀ ଆଦାୟ ଓ ବୋମା ମାଡ ଘଟଣାରେ 7ଜଣକୁ ଗିରଫ ଚନ୍ଦନ ପୁର ଥାନା ପୋଲିସ l ଅଭିଯୁକ୍ତଙ୍କ ଠାରୁ 3ଟି ଦେଶୀ ବନ୍ଧୁକ ସହ 4ଟି ଜୀବନ୍ତ ଗୁଳି ଏବଂ ଦୁଇଟି ମୋବାଇଲ ଜବତ କରିଛି ଚନ୍ଦନ ପୁର ଥାନା ପୋଲିସ l ଗତ 25ତାରିଖ ରେ ମାଳତୀ ପାଟପୁର ସ୍ଥିତ ୱାଟର ପାର୍କର ମାଲିକଙ୍କୁ ଉକ୍ତ ଅଞ୍ଚଳର ପ୍ରକାଶ ଗୋଷ୍ଠୀର ଜଣେ ଯୁବକ ପର୍କିଙ୍ଗ ଓ 10ଟି ୱାଟର ପାର୍କ ଟିକେଟ ଦେବା ପାଈଁ ଦାବି କରିଥିଲେ ୱାଟର ପାର୍କ ମାଲିକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ l ଉକ୍ତ ଖବର ପ୍ରକାଶ ଗୋଷ୍ଠୀ ଜାଣିବା ପରେ ପ୍ରକାଶର ସହଯୋଗୀ ରାଜୁନି ପ୍ରକାଶକୁ ଗାଡି କିଣିବା ଲାଗି ଏକ ଲକ୍ଷ ଟଙ୍କା ଦାବି କରିଥିଲେ l ପ୍ରକାଶ ଟଙ୍କା ନ ଦେବାରୁ ରାଜୁନି ୱାଟର ପାର୍କ ରେ 3ଟି ବୋମାମାଡ଼ କରିଥିଲେ ବୋମା ମାଡ ପରେ ୱାଟର ପାର୍କ ମାଲିକ ଚନ୍ଦନ ପୁର ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ଚନ୍ଦନପୁର ପୋଲିସ ପ୍ରକାଶକୁ ଅଟକ ରଖି ପଚରା ଉଚ୍ଚାର ସମୟରେ ପୋଲିସ ଜାଣିବାକୁ ପାଇଲା ପ୍ରକାଶର ଗୋଷ୍ଠୀ ଦୁଇ ଭାଗ ହୋଇଛି l ବୋମା ମାଡ କରିଥିବା ଅପରାଧୀଙ୍କୁ ପୋଲିସ ଗିରଫ କରିବା ପରେ ବୋମା ମାରିଥିବା ଗୋଷ୍ଠୀ ପୁନର୍ବାର ଗୁଳିକାଣ୍ଡ ଘଟାଇଥିଲେ l ଗୁଳିକାଣ୍ଡ ଘଟଣା ଜଣେ ଆହତ ହେଵା ସହ ଅନ୍ୟ ତିନି ଜଣକୁ ଆକ୍ରମଣ କରାଯାଇଥିଲା ଚନ୍ଦନ ପୁର ଥାନା ପୋଲିସ ଉକ୍ତ ଘଟଣା ରେ ସମୁଦାୟ 7ଜଣକୁ ଗିରଫ କରି କୋର୍ଟ ଚାଲାଣ କରି କୋର୍ଟ ଚାଲାଣ କରିଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More