ମାଲବାହୀ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ

12

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲା ବିଶଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତା ର ବାଦଲ ହୋଟେଲ ସମୁଖ୍ୟ ରେ ସଡକ ଦୂର୍ଘଟଣା ଘଟିଯାଇଛି । ଏହି ଦୂର୍ଘଟଣା ଅପରାହ୍ନ ସାଢେ଼ ଚାରିଟା ସମୟରେ ଏକ ସାଇକେଲ ଚାଳକକୁ ଯଶିପୁର ପଟୁ ଆସୁଥିବା WB 05/6862 ନମ୍ବର ମାଲବାହୀ ଟ୍ରକ ଟି ଚାପି ଦେଇଥିଲା । ଜତୀୟ ରାଜ ପଥ ଉପରେ ଟ୍ରକଟି ସାଇକେଲ ଆରୋହୀ ଉପରେ ଚଢି ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀର ମୃତ୍ୟୁ ଘଟିଛି । ସୂଚନା ମୁତାବକ ସାଇକେଲ ଆରୋହୀ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ଏନ ବି ପୋଖରିଆ ନଙ୍ଗଳ ବେଣ୍ଟା ପଞ୍ଚାୟତ ର ମାଖନା ଗ୍ରାମ ର ୫୦ ବର୍ଷିୟ ଲେଙ୍ଗା ନାଏକ। ଆଜି ବିଶୋଇ ର ସାପ୍ତାହିକ ହାଟକୁ ଆସି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୂର୍ଘଟଣା ସ୍ଥଳରେ ଦୂର୍ଘଟଣି ଘଟାଇ ଟ୍ରକ୍ ଡ୍ରାଇଭର ଫେରାର ଥିବା ଖବର ହସ୍ତଗତ ହୋଇଛି। ଦୁର୍ଘଟଣାର ଖବର ବିଶୋଇ ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକକୁ ଜବତ କରିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଗ୍ରାମବାସୀ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବିଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More