ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ, ୩ ଯବାନ ଆହତ

13

Get real time updates directly on you device, subscribe now.

ଗୁମାଲକାନଗିରି(ସଂଘର୍ଷ ମିଡିଆ) : – ଳିବିନିମୟରେ ସାତ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ତିନି ଜଣ ଯବାନ । ହଁ ଦର୍ଶକ ବନ୍ଧୁ ଖବର ମୁତାବକ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଓ ନାରାୟଣପୁର ଜିଲ୍ଲାର ମଧ୍ୟ ଭାଗରେ ଗତକାଲି ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଯବାନ ମାନେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଯବାନ ଙ୍କୁ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଆକ୍ରମଣ କରିଥିବା ବେଳେ ଯବାନ ମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ ତେବେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିବା ବେଳେ ଏଥିରେ ସାତ ଜଣ ମାଓ ନେତାଙ୍କ ମୃତ୍ୟୁ ଘଟିଛି ଓ ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀକୁ ଯବାନ ମାନେ ଜବତ କରିଛନ୍ତି । ତେବେ ଏଇଠି ଆମେ କହି ରଖିବାକୁ ଚାହୁଁଛୁ ଉଭୟ ପକ୍ଷର ଗୁଳି ବିନିମୟରେ ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଆଜି ଉତ୍ତମ ଚିକିତ୍ସା ପାଇଂ ରାୟପୁରକୁ ବାୟୁସେନାର ହେଲି କ୍ୟାପ୍ଟର ଯୋଗେ ପଠା ଯାଇଛି । ଆହତ ଯବାନ ମାନେ ପୂର୍ବରୁ ମାଓବାଦୀ ଙ୍କ ସହ ଜଡିତ ଥିବା ବେଳେ ଏଇ କିଛି ବର୍ଷ ହେବ ପୋଲିସ ନିକଟରେ ଆତ୍ମ ସମର୍ପଣ କରି ପରେ ଛତିଶଗଡ଼ ପୋଲିସ ବିଭାଗରେ ନିଯୁକ୍ତି ପାଇଥିଲେ । ଆହତ ଯବାନ ଙ୍କ ମଧ୍ୟରେ ଜଣେ ଏ.ଏସ.ଆଇ ରହିଛନ୍ତି ତାଙ୍କ ନାମ କୋଚେରୁ କୋରାମ ବୋଲି ଜଣା ପଡିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ନାମ ମଙ୍ଗଲୁ କୁରେଟି ଓ ଭରତ ରାମ ଗରତ ବୋଲି ଦାନ୍ତେୱାଡା ଓ ନାରାୟଣପୁର ଏସପି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More