ମାଲକାନଗିରି ସହରରେ ଭାଲୁ ଆତଙ୍କ, ଆକ୍ସନ ମୋଡ଼ରେ ବନ ବିଭାଗ

79

Get real time updates directly on you device, subscribe now.

ମାଲକାନଗିରି ସହର ଉପକଣ୍ଠ ରେ ଭାଲୁ ଆତଙ୍କ । ମା ଭାଲୁ ସହ ଦୁଇ ଶାବକ ମାଲକାନଗିରି ସହର ନିକଟସ୍ଥ ପଲିଟେକ୍ନିକ କଲେଜ ପାର୍ଶ୍ଵରେ ଅଟକି ରହିଥିବା ବେଳେ ଆତଙ୍କ ରେ ଅଛନ୍ତି ସ୍ଥାନୀୟ ବାସୀନ୍ଧା । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ମାଲକାନଗିରି ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାଲକାନଗିରି SCF ମନସୁନ ଖେମୁଣ୍ଡୁଙ୍କ ନେତୃତ୍ୱରେ ପ୍ରାୟ 40 ଜଣ ବନ କର୍ମଚାରୀ ଭାଲୁକୁ ଜଗିବସିଥିବା ବେଳେ ପୋଲିସ ର ମଧ୍ୟ ସାହାଯ୍ୟ ଲୋଡ଼ାଯାଇଛି । ଏହାସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଭାଲୁ ଥିବା ସ୍ଥାନରୁ ହଟାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More