ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ପଣସ ପୁଟକୁ ପ୍ରଥମ କରି ଆରମ୍ଭ ହେଲା ଯାତ୍ରୀବାହୀ ବସ୍ ସେବା

9

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) :- ଭାରତ ସ୍ୱାଧୀନ ହେବାପର ଠାରୁ ବାହ୍ୟ ଜଗତରୁ ବିଛିନ୍ନ ଥିବା ମାଲକାନଗିରି ଜିଲ୍ଲାର ବିଛିନ୍ନା ଅଞ୍ଚଳ ଯାହାକି ବର୍ତ୍ତମାନର ସ୍ବାଭିମାନ ଅଞ୍ଚଳକୁ ପୂର୍ବରୁ ଜଡ଼ା ଆମ୍ବ ପର୍ଯ୍ୟନ୍ତ ବସ୍ ସେବା ଆରମ୍ଭ ହୋଇଥିଲା ନିକଟରେ 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମାଲକାନଗିରି ଗସ୍ତରେ ଆସି ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଠାରେ ଗସ୍ତ ସମୟରେ ପଣସ ପୁଟ ପର୍ଯ୍ୟନ୍ତ ବସ୍ ସେବା ଯୋଗାଇ ଦେବା ନିମନ୍ତେ ଅଞ୍ଚଳବାସୀ ଅନୁରୋଧ କରିଥିଲେ ସଚିବ ଶ୍ରୀ ପାଣ୍ଡିଆନ୍ ଦଶ ଦିନ ମଧ୍ୟରେ ବସ୍ ସେବା ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ ତାହା ଆଜି ସଫଳ ହୋଇଛି ମାଲକାନଗିରି ବାଲିମେଳା ଛକ ଠାରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ପଣସ ପୁଟ ସରପଞ୍ଚ ଶ୍ରୀ ଅର୍ଜ୍ଜୁନ ହନ୍ତାଳ,ସମାଜ ସେବୀ ଶ୍ରୀ ଶରତ ଚନ୍ଦ୍ର ଖରା, ଗୁଇନ୍ଦା ବିଭାଗ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମୁଦୁଲି, ମାଲକାନଗିରି ଜିଲ୍ଲା ପରିବହନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ଚିତ୍ର କୋଣ୍ଡା ବ୍ଲକ ଅଧ୍ୟକ୍ଷା କୁମାରୀ ରାଜେଶ୍ବରୀ ଖିଲ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲୁ ସମାଜ ସେବୀ ଗୋପି ପାଙ୍ଗି ପ୍ରମୁଖ ଉପସ୍ଥିତ ରହି ପୁଜା ଅର୍ଚ୍ଚନା ସହ ସବୁଜ ପତାକା ଦେଖାଇ ବସ୍ ଚଳାଚଳର ଶୂଭାରମ୍ବ କରିଥିଲେ ଆଜି ଏହି ବସ୍ ପଣସ ପୁଟ ପହଞ୍ଚି ବା ପରେ ଅଞ୍ଚଳ ବାସି ଖୁସିରେ ବିଭୋର ହୋଇ ଥିବା ଦେଖିବାକୁ ମିଳିଛି।ଏହି ବସ୍ ଚଳାଚଳ କରିବା ବ୍ୟବସ୍ଥା ଆରମ୍ଭ କରାଯାଇଥିବା‌ ହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କୁ ଅଞ୍ଚଳ ବାସି ଧନ୍ୟବାଦ ଜଣାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More