ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ଠାରେ ଇଣ୍ଡିଆନ ଅୟେଲ ତରଫରୁ ଖୋଲିଲା ସ୍ବାଭିମାନ ପେଟ୍ରୋଲ ପମ୍ପ

33

Get real time updates directly on you device, subscribe now.

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଭାବରେ ପରିଚିତ ଥିବା ବେଳେ ଏଠାରେ ଆଗରୁ ଗାଡ଼ି ମାଲିକ ଓ ସାଧାରଣ ଜନତା ପେଟ୍ରୋଲ ଡିଜେଲ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା କିନ୍ତୁ ଆଜି ତାହାର ଅନ୍ତ ଘଟିଛି। ମାଲକାନଗିରି ଜିଲ୍ଲା ର ବିଶିଷ୍ଟ ସମାଜସେବୀ ଶ୍ରୀ ଅରୁଣ କୁମାର ଡୁରୁକା ବହୁ ବାଦ ବିବାଦ ମଧ୍ୟ ରେ INDIANA OIL ର ଏକ ପେଟ୍ରୋଲ ପମ୍ପ ତିଆରି କରିବାରେ ସକ୍ଷମ ହୋଇଥିବା ଦେଖିବାକୁ ମିଳିଛି। ଆଜି ଶ୍ରୀ ଡୁରୁକା ନିଜ ପିତା ଶ୍ରୀ ରାମଚନ୍ଦ୍ର ଡୁରୁକା ଓ ମାତା ଉତରା ଡୁରୁକା ଙ୍କ କରକମଳ ରେ ଉକ୍ତ ପେଟ୍ରୋଲ ପମ୍ପ ଟି କୁ ଉଦ୍ଘାଟନ କରିଥିବା ଦେଖିବାକୁ ମିଳିଛି। ବିଶେଷ କରି ସ୍ବାଭିମାନ ଅଞ୍ଚଳ ବାସି ପେଟ୍ରୋଲ ଓ ଡିଜେଲ୍ ପାଇଁ ଦିର୍ଘ ୪୦କିଲୋମିଟର ଦୂର ବାଲିମେଳା ସହର କୁ ଯିବାକୁ ପଡୁଥିଲା କିନ୍ତୁ ବର୍ତମାନ ଚିତ୍ରକୋଣ୍ଡା ଠାରେ ପେଟ୍ରୋଲ ପମ୍ପ ଖୋଲାଯାଇ ଥିବା ରୁ ସ୍ବାଭିମାନ ଅଞ୍ଚଳ ର ଜନ ସାଧାରଣ ଖୁସିବ୍ୟକ୍ତ ହେବା ସହ ଶ୍ରୀ ଅରୁଣ କୁମାର ଡୁରୁକା ଙ୍କୁ ମଧ୍ୟ ସୁଭେଛା ଜଣାଇଛନ୍ତି। ଏବଂ ଶ୍ରୀ ଡୁରୁକା ଙ୍କ ପିତା,ମାତା ଅଞ୍ଚଳ ବାସି ଙ୍କ ସହ ଯୋଗ ହେତୁ ଆମ ର ଏଇ ସ୍ଵପ୍ନ ସାକାର ହୋଇଛି ବୋଲି ମତ ପ୍ରକାଶ କରା ଯାଇଛି ।ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More