ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

11

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କାର୍ଯାଳୟ ଠାରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂହଙ୍କ ଦ୍ୱାରା ଭିଭିନ୍ନ 50ରୁ ଉର୍ଦ୍ଧ ଜନଶୁଣାଣୀ ହୋଇଛି । ଏଥିରେ ମନେରଗା, ରାସ୍ତା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଶିକ୍ଷା, ଇତ୍ୟାଦିରେ ଜନସଧାରଣ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉଦୁଲି ବେଡା ଗ୍ରାମପଞ୍ଚାୟତ ସରପଞ୍ଚ ଓ ଜନସାଧାରଣଙ୍କ ଅଭିଯୋଗ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି, ଏଂବ କାମ ଯୋଗାଇବାରେ ପ୍ରଶାସନ ନିଷ୍କ୍ରିୟ, ଯାହା ଦ୍ୱାରା ବାହାର ରାଜ୍ୟରେ ଦାଦନ ଖଟିବାକୁ ସ୍ଥାନୀୟ ଯୁବକ ଯୁବତୀ ଯାହାଉଛନ୍ତି ବୋଲି ଉଦୁଲିବେଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ନନ୍ଦ କିଶୋର ଖିଲ ଅଭିଯୋଗ କରିବା ସହ ଗତ ଦୁଇ ବର୍ଷ ଠାରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯକାରୀ ହୋଇନାହିଁ, ଯଦି ଆଗାମୀ ସପ୍ତାହକ ମଧ୍ୟରେ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ଦୃଷ୍ଟି ଦେବେ ନାହିଁ, ତାହେଲେ ଆଗାମୀ ଦିନରେ ମାଥିଲି ବ୍ଲକ କାର୍ଯାଳୟରେ ଧାରଣା ଦେବା ସହ ରାଜରାସ୍ତାରେ ଆନ୍ଦାଳନ କରିବୁ ବୋଲି କହିଛନ୍ତି । ସେହି ଭଳି ସ୍ଥାନୀୟ ମହିଳା ମାନେ ମନେରଗା ମାଧ୍ୟମରେ ପୋଖରୀ ଖନନ କରି ତାଙ୍କ ପ୍ରାପ୍ତ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି । ମାଥିଲି ଏ. ପି. ଓ. ଲିଙ୍ଗରାଜ କର୍କରାଙ୍କୁ ଯୋଗାଯୋଗ କରିବାରୁ 2022ଯାଏଁ ତାଙ୍କ ଟଙ୍କା ପାଇଥିବା ଓ 2023ରେ ଟଙ୍କା କେନ୍ଦ୍ରୀୟ ଠାରୁ ଆସିଲେ ସିଧାସଳଖ ତାଙ୍କ ଜମା ଖାତରେ ଯିବ ବୋଲି କହିଥିଲେ । ଏଥି ସହ ଅନେକ ଅଭିଯୋଗ କାରୀଙ୍କ ଅଭିଯୋଗ ଥିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଆମ୍ଭେ ଅଭିଯୋଗ କରୁଛୁ, ଜିଲ୍ଲାପାଳ ଉକ୍ତ କର୍ମଚାରୀଙ୍କୁ ଯଥା ଶୀଘ୍ର ସମାଧାନ ପାଇଁ ନିର୍ଦେଶ ଦେଉଛନ୍ତି, କିନ୍ତୁ କାର୍ଯକାରୀ ହେଉନଥିବା ଜଣାଯାଏ । ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ, ମାଥିଲି ବ୍ଲକ ଅଧକ୍ଷ ମହେଶ କୁମାର ବାକା, ବି. ଡି. ଓ. ହୃଷିକେଶ ଗଣ୍ଡ, ତହସିଲଦାର ଚନ୍ଦନ କୁମାର ଭୋଇଙ୍କ ସହ ସମସ୍ତ କର୍ମଚାରୀ ଓ ଲୋକପ୍ରତିନିଧି ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More