ମାଲକାନଗିରି ଆଶା କର୍ମୀଙ୍କ ଅନିର୍ଦିଷ୍ଟ କାଳ ପାଇଁ ଧାରଣା

16

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ): – ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲ୍ଲା ଆଶାକର୍ମୀଙ୍କ ପ୍ରତିବାଦ ସଭା ଓ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଭାରତୀୟ ମଜଦୁର ସଂଘ ଅଧିନରେ ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ୭ ଦଫା ଦାବି ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀର ଜିଲ୍ଲା ସଭାପତି ସୁକାନ୍ତି ମାଡକାମୀଙ୍କ ନେତୃତ୍ବରେ ଶତାଧିକ କର୍ମୀ ପ୍ରତିବାଦ ସଭା ଓ ଧାରଣାରେ ବସିଛନ୍ତି । ଆମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ମାଡକାମୀ କହିଲେ ଯେ, ବର୍ଷବର୍ଷ ଧରି ଆଶାକର୍ମୀ ମାନେ ଜନ ସାଧାରଣଙ୍କ ସେବାରେ ନିୟୋଜିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଜାତୀୟ ସ୍ବାସ୍ଥ୍ୟ ମିଶନ କୁ ସ୍ଥାୟୀ କରାଯାଇ ନାହିଁ କି ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନାହିଁ। ତେଣୁ ଯେତେ ଦିନ ପର୍ଯ୍ୟନ୍ତ ସରକାରୀ ସ୍ଵୀକୃତି ଦିଆଯାଇ ନାହିଁ ସେତେବେଳେ ଦିନ ଯାଏଁ ୧୮୦୦୦ ଟଙ୍କା ଦରମା ଆକାରରେ ଦିଆଯାଉ ଏବଂ ତତ୍ ସହିତ ଇପିଏଫ୍ ଓ ଇଏମଆଇଜିରେ ସାମିଲ କରି ଗ୍ରାଜୁଏଟି ପ୍ରଦାନ କରାଯାଉ। ଅବସର ପ୍ରାପ୍ତ ଆଶା କର୍ମୀମାନଙ୍କୁ ୫ ଲକ୍ଷ ଓ ପ୍ରତି ମାସରେ ୫୦୦ ଟଙ୍କା ଭତ୍ତା, କାର୍ଯ୍ୟରତ ଆଶାକର୍ମୀଙ୍କ ମୃତ୍ୟୁ କାଳୀନ ସହାୟତା ରାଶି,ଯୋଗ୍ୟତା ଭିତ୍ତିରେ ଏ ଏନ୍ ଏମ୍ ଭାବେ ନିଯୁକ୍ତି, ଜିଲ୍ଲା ର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶା ଗୃହ ନିର୍ମାଣ ଓ କୋଭିଡ୍-୧୯ ସମୟରେ ମୃତ୍ୟୁ ବରଣ କରିଥିବା ଆଶାକର୍ମୀ ମାନଙ୍କୁ ସରକାରୀ ଘୋଷଣା କରିଥିବା ରାଶି ତୁରନ୍ତ ପ୍ରଦାନ କରା ନଗଲେ ଆମେ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବୁ ବୋଲି ଚେତାବନୀ ଶୁଣାଇଥିଲେ । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More