ଜଟଣୀ ( ସଂଘର୍ଷ ମିଡିଆ ) : ମାରୱାଡି ପରିବାର ତରଫରୁ ୭୪ତମ ସ୍ୱତନ୍ତ୍ରତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଶୁଭ ଅବସରରେ ଜଟଣୀସ୍ଥ କୋକିଳ ଗ୍ରୁପ ଅଫ ଟିଉଟୋରିଆଲ ପରିସରରେ ସଂଘର୍ଷ ମିଡିଆର ସମ୍ପାଦକ ମଦନ ପତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଅନ୍ୟ ଅତିଥିମାନକ ମଧ୍ୟରେ ସଂଘର୍ଷ ମିଡିଆର ଭୁବନେଶ୍ଵର ପ୍ରତିନିଧି ଅଙ୍କିତା ଅଧିକାରୀ ଓ ଜଟଣୀ ପ୍ରତିନିଧି ସୁନିତା ଶତପଥୀ ଯୋଗଦେଇଥିଲେ । ଓଡ଼ିଶାର ବୀରପୁତ୍ରମାନଙ୍କୁ ସମ୍ମାନ ଜଣାଇଛନ୍ତି ଶ୍ରୀ ପତ୍ରୀ। ବୀର ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।